22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଗର୍ଭବତୀ ମହିଳାଙ୍କୁ ନିର୍ଯାତନା: ପରେ ଚଳନ୍ତା ଟ୍ରେନରୁ ଠେଲିଦେଲେ ଦୁର୍ବୃତ୍ତ

ଗର୍ଭବତୀ ମହିଳାଙ୍କୁ ନିର୍ଯାତନା: ପରେ ଚଳନ୍ତା ଟ୍ରେନରୁ ଠେଲିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ତାମିଲନାଡୁରେ ଦୁଇଜଣ ଯୁବକ ଜଣେ ଚାରି ମାସର ଗର୍ଭବତୀ ମହିଳାଙ୍କୁ ନିର୍ଯାତନା ଦେଇଛନ୍ତି । ପରେ ତାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିବା ସହ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏନେଇ ଅଭିଯୋଗ ହେବା ପରେ ରେଳ ସୁରକ୍ଷା ବଳ ମାମଲାର ତଦନ୍ତ ଆରମ୍ଭ କରିଛି ।ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିଥିବା ସାମ୍ନାକୁ ଆସିଛି। ସୂଚନା ଅନୁସାରେ , ମହିଳାଜଣକ ଆନ୍ଧ୍ରପ୍ରଦେଶର ଚିତ୍ତୋରକୁ ଟ୍ରେନରେ ଯାତ୍ରା କରୁଥିଲେ । ଶୁକ୍ରବାର ସକାଳ ସମୟରେ ଟ୍ରେନଟି ତିରୁପତ୍ତୁର ଜିଲ୍ଲାର ଜୋଲାରପେଟ୍ଟାଇ ପାର୍ ହେବା ପରେ ୨ଜଣ ଯୁବକ, ପୀଡ଼ିତାଙ୍କୁ ଟାର୍ଗେଟ କରିଥିଲେ। ମହିଳା ଜଣକ ଶୌଚାଳୟକୁ ଯାଉଥିବା ସମୟରେ ଦୁଇ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଅସଦାଚରଣର ଶିକାର ହେବା ପରେ ମହିଳା ଜଣକ ସାହାଯ୍ୟ ପାଇଁ ଚିତ୍କାର କରି ଶୌଚାଳୟ ଆଡ଼କୁ ଦୌଡ଼ିଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କ ପିଛା କରି ଭେଲୋର ଜିଲ୍ଲାରେ, କୋଏମ୍ବାଟୁର-ତିରୁପତି ଇଣ୍ଟରସିଟି ଏକ୍ସପ୍ରେସରୁ ପୀଡ଼ିତାଙ୍କୁ ଠେଲି ଦେଇଥିଲେ। ଏଭଳି ହେବା ପରେ ମହିଳାଙ୍କ ହାତ ଏବଂ ଗୋଡ଼ ଭାଙ୍ଗି ଯାଇଛି ଏବଂ ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଭେଲୋରର  ସରକାରୀ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି। ମହିଳା ଜଣକ କୋଏମ୍ବାଟୁରରେ ଏକ ପୋଷାକ କମ୍ପାନିରେ କାମ କରୁଥିଲେ ବୋଲି ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ରେଳ ସୁରକ୍ଷା ବଳ ମାମଲାର ତଦନ୍ତ ଆରମ୍ଭ କରିଥିଲା ​​ଏବଂ ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking