22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭବିଷ୍ୟବାଣୀ: ଜୁଲାଇରେ ଆସିବ ଭୟଙ୍କର ସୁନାମୀ

ଭବିଷ୍ୟବାଣୀ: ଜୁଲାଇରେ ଆସିବ ଭୟଙ୍କର ସୁନାମୀ

ଟୋକିଓ: ଜାପାନର ଜଣାଶୁଣା ଭବିଷ୍ୟବକ୍ତା ତଥା ପୂର୍ବତନ ମାଙ୍ଗା କଳାକାର ରୟୋ ତାତ୍ସୁକି, ଯିଏକି ‘ଜାପାନର ବାବା ଭେଙ୍ଗା’ ନାମରେ ପରିଚିତ, ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ ଜୁଲାଇରେ ଜାପାନ ସମେତ ଏସିଆର ବିଭିନ୍ନ ଅଞ୍ଚଳରେ ଏକ ବିପଜ୍ଜନକ ସୁନାମୀ ଆସିବାକୁ ଯାଉଛି। ଏହି ସୁନାମୀ ୨୦୧୧ ଟୋହୋକୁ ସୁନାମୀଠାରୁ ତିନି ଗୁଣ ବ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ରୟୋ ତାତ୍ସୁକିଙ୍କର ପୂର୍ବ ଭବିଷ୍ୟବାଣୀ ମଧ୍ୟରେ ୧୯୯୧ରେ ଗାୟକ ଫ୍ରେଡି ମର୍କ୍ୟୁରୀଙ୍କ ମୃତ୍ୟୁ, ୧୯୯୫ରେ କୋବେ ଭୂମିକମ୍ପ ଓ ୨୦୧୧ରେ ଟୋହୋକୁ ଭୂମିକମ୍ପ ତଥା ସୁନାମୀ ଅନ୍ତର୍ଭୁକ୍ତ, ଯାହା ଫୁକୁଶିମା ପରମାଣୁ ସଙ୍କଟର କାରଣ ହୋଇଥିଲା। ଏହି ଭବିଷ୍ୟବାଣୀଗୁଡିକ ସଠିକ ହୋଇଥିବାରୁ ତାଙ୍କ ନାମ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛି। ତାତ୍ସୁକିଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି ସୁନାମୀର କେନ୍ଦ୍ରବିନ୍ଦୁ ଜାପାନ, ତାଇୱାନ, ଇଣ୍ଡୋନେସିଆ ଓ ଉତ୍ତର ମାରିଆନା ଦ୍ୱୀପପୁଞ୍ଜକୁ ହେବ। ଏହି ସୁନାମୀ ଜାପାନ, ଫିଲିପାଇନ୍ସ, ତାଇୱାନ ଓ ଇଣ୍ଡୋନେସିଆର ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିପାରେ ବୋଲି ସେ ଆଶଙ୍କା କରିଛନ୍ତି। ବୈଜ୍ଞାନିକମାନେ ୨୦୨୫ରେ ଏପରି ଏକ ସୁନାମୀର ସମ୍ଭାବନାକୁ ଅସୱୀକାର କରିଛନ୍ତି, କାରଣ ଏପରି କୌଣସି ଭୂତାତ୍ତ୍ୱିକ ପ୍ରମାଣ ବର୍ତ୍ତମାନ ମିଳିନାହିଁ। ତେବେ ସେମାନେ ମାନିଛନ୍ତି ଯେ ଜାପାନ ପ୍ରଶାନ୍ତ ମହାସାଗରୀୟ ରିଙ୍ଗ ଅଫ ଫାୟାରରେ ଅବସ୍ଥିତ, ଯେଉଁଠାରେ ଭୂମିକମ୍ପ ଓ ସୁନାମୀ ସାଧାରଣ। ବିଶେଷକରି ନାଙ୍କାଇ ଟ୍ରଫ, ଯେଉଁଠାରେ ଏକ ବ ଭୂମିକମ୍ପ ୩୦ଫୁଟରୁ ଅଧିକ ଉଚ୍ଚତାର ପାଣି ମାଡି ଆସିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking