20.1 C
Bhubaneswar
Saturday, December 21, 2024
Homeଓଡିଶାହୃଦ୍‌ଘାତ ପୂର୍ବରୁ ମିଳିବ ସତର୍କ ସୂଚନା

ହୃଦ୍‌ଘାତ ପୂର୍ବରୁ ମିଳିବ ସତର୍କ ସୂଚନା

ନୂଆଦିଲ୍ଲୀ: କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ସମଗ୍ର ବିଶ୍ୱରେ ଚିକିତ୍ସା କ୍ଷେତ୍ରରେ ପରିବର୍ତ୍ତନ ଆଣି ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ପ୍ରକ୍ରିୟାକୁ ସହଜ ଏବଂ ଅଧିକ ପ୍ରଭାବଶାଳୀ କରିପାରିଛି । ଏହି ମର୍ମରେ ଦିଲ୍ଲୀ ଏମ୍ସ ଏକ ଚମତ୍କାର ଗବେଷଣା କରିଛି । ହୃଦ୍‌ଘାତ ପୂର୍ବରୁ ସତର୍କ ସୂଚନା ମିଳିବା ନେଇ ଦିଲ୍ଲୀ ଏମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଜାରି ରଖିଛି । ସିଷ୍ଟୋଲିକ୍ ରକ୍ତଚାପ, ହୃଦସ୍ପନ୍ଦନ, ଶରୀରର ତାପମାତ୍ରା ଏବଂ ଶ୍ୱାସକ୍ରିୟା ହାର ପରି ଚାରୋଟି ସରଳ ପରୀକ୍ଷଣ ଉପରେ ଆଧାର କରି ଯଦି ଏଆଇ ଟେକ୍ନୋଲୋଜି ହୃଦ୍‌ଘାତକୁ ଆଗରୁ ଚିହ୍ନଟ କରା ଯାଇପାରିବ ବୋଲି ଗବେଷକ ଦଳ କହିଛନ୍ତି । ଏହା ଦ୍ୱାରା ବହୁ ଲୋକଙ୍କ ଜୀବନ ବଞ୍ଚାଯାଇପାରିବ । ଦିଲ୍ଲୀ ଏମ୍ସର କାର୍ଡିଓଲୋଜି ବିଭାଗର ପ୍ରଫେସର ଡାକ୍ତର ଏସ. ରାମକୃଷ୍ଣନ ଏହ ନେଇ ଏକ ଗବେଷଣା ପତ୍ର ପ୍ରକାଶ କରିଛନ୍ତି । ଯେଉଁଥିରେ ଏଆଇର ବିଶ୍ୱସ୍ତରୀୟ ପରିଣାମ ଏବଂ ଭାରତରେ ଏହାର ସମ୍ଭାବ୍ୟ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରଫେସର ରାମକୃଷ୍ଣନ୍ କହିଛନ୍ତି ଯେ କୋରିଆର ଏକ ଡାକ୍ତରଖାନାର ଡାକ୍ତରମାନେ ଏଆଇ ମଡେଲ୍ ପ୍ରସ୍ତୁତ କରିଛନ୍ତି, ଯାହା ଚାରିଟି ସାଧାରଣ ପରୀକ୍ଷା ଉପରେ ଆଧାର କରି ହୃଦ୍‌ଘାତ ହେବାର ଆଶଙ୍କା ବିଷୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ସଚେତନ କରିଥାଏ ।

ଅଧ୍ୟୟନରୁ ଜଣାପଡିଛି ଯେ ୭୪% ମାମଲାରେ ଏହି ମଡେଲ ଅଧ ଘଣ୍ଟା ପୂର୍ବରୁ ହୃଦ୍‌ଘାତ ବିଷୟରେ ଚେତାବନୀ ଦେଇଥାଏ । କେତେକ କ୍ଷେତ୍ରରେ ଏହା ୧୪ ଘଣ୍ଟା ପୂର୍ବରୁ ମଧ୍ୟ ସତର୍କ କରିବାକୁ ସକ୍ଷମ ହୋଇଥାଏ । ହୃଦ୍‌ଘାତରେ, ଯଦି ତୁରନ୍ତ ଚିକିତ୍ସା ଗ୍ରହଣ କରା ନ ଯାଏ, ତେବେ ରୋଗୀ ମରିପାରେ । ତେଣୁ ଏପରିସ୍ଥଳେ ପୂର୍ବ ସୂଚନା ବେଶ୍ ଉପଯୋଗୀ ହୋଇପାରିବ । ରାମକୃଷ୍ଣନ୍ କହିଛନ୍ତି ଯେ ଏହି ଟେକ୍ନୋଲୋଜି ଭାରତରେ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୋଇପାରିବ । ବିଶେଷକରି ପିଲାମାନଙ୍କଠାରେ ତିନି ରୁ ଛଅ ପ୍ରତିଶତ ମାମଲାରେ ହୃଦ୍‌ଘାତ ହେବାର ଆଶଙ୍କା ରହିଥାଏ, ଯେଉଁ କାରଣରୁ ଅନେକ ପିଲା ପ୍ରାଣ ହରାଇଥାନ୍ତି । ଯଦି ଏହି ଏଆଇ ମଡେଲ୍ ଉପଯୁକ୍ତ ସମୟରେ ବ୍ୟବହୃତ ହୁଏ, ତେବେ ଏହା ଅନେକ ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିବ । ସାଧାରଣତଃ ରକ୍ତ ପ୍ରବାହ ଅବରୋଧିତ ହେଲେ ହୃଦ୍‌ଘାତ ହୋଇଥାଏ । ଯେତେବେଳେ ହଠାତ୍ ହୃତପିଣ୍ଡ ବନ୍ଦ ହୋଇଯାଏ । ତଥାପି, ହୃଦୟ ସମ୍ବନ୍ଧୀୟ ସମସ୍ତ ରୋଗରେ ହୃତପିଣ୍ଡ ବନ୍ଦ ହୁଏ ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking