ଯାଜପୁର: ଏ ଆଇ ଡି ଏସ ଓ ର ସାଂସ୍କୃତିକ ସଂଗଠନ “ପ୍ରବାହ ଏକ ସାଂସ୍କୃତିକ ପ୍ରୟାସ” ଯାଜପୁର ରୋଡ ପକ୍ଷରୁ ହୋଟେଲ ରୟାଲ କଳିଙ୍ଗ ଠାରେ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରଗତିଶୀଳ ସଙ୍ଗୀତ, ଓଡିଶୀ ନୃତ୍ୟ ଆଦି ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବରିଷ୍ଟ ଆଇନିଜିବୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଦାସ,ଅନ୍ୟତମ ଅତିଥିଭାବେ ଏ ଆଇ ଡି ଏସ ଓ ର ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ ଉଦ୍ଘାଟକ ଭାବେ ବରିଷ୍ଟ ଆଇନିଜୀବି ନାରାୟଣ ପ୍ରସାଦ ପତି ଯୋଗଦେଇ କହିଥିଲେ ଯେ ବର୍ତ୍ତମାନ ସମାଜରେ ଯେଭଳି ଭାବେ ରୁଚିହୀନ ସଂସ୍କୃତିର ଚର୍ଚ୍ଚା ଚାଲିଛି ଏବଂ ଛାତ୍ର – ଛାତ୍ରୀ ମାନେ ତାହା ଦ୍ଵାରା ପ୍ରଭାବିତ ହୋଇ ବିପଥଗାମୀ ହେଉଛନ୍ତି ତାହାର ବିପରିତରେ ଉନ୍ନତ ଋଚି ସଂସ୍କୃତି ଚର୍ଚ୍ଚାର ପ୍ରୟୋଜନୀୟତା ରହିଛି ଯାହାକି “ପ୍ରବାହ ଏକ ସାଂସ୍କୃତିକ ପ୍ରୟାସ” ଛାତ୍ର ଯୁବକ ମାନଙ୍କୁ ନେଇ ପ୍ରଗତିଶୀଳ ସଙ୍ଗୀତ,ନୃତ୍ୟ ଓ ନାଟକ ଆଦି ମାଧ୍ୟମରେ ସମାଜକୁ ସଚେତନ କରୁଛି । ଉପସ୍ଥିତ ଛାତ୍ର ଯୁବକ ମାନେ ଉନ୍ନତ ରୁଚି ସଂସ୍କୃତିର ଚର୍ଚ୍ଚା କରିବା ସଙ୍ଗେ ସଙ୍ଗେ ନିଜକୁ ଉନ୍ନତ ରୁଚି ସମ୍ପନ୍ନ ମଣିଷ ହେବାକୁ ଆହ୍ବାନ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଏ ଆଇ ଡି ଏସ ଓ ର ରାଜ୍ୟ ଉପ ସଭନେତ୍ରୀ ତଥା କାର୍ଯ୍ୟକ୍ରମର ଉଦ୍ୟୋକ୍ତା ନିରୁପମା ବେହେରା । ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ସହରର କିଛି ଶିକ୍ଷକ,ଅଧ୍ୟାପକ, ଆଇନିଜୀବି, ଅଭିଭାବକ ଓ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କାରୀଙ୍କୁ ଉତ୍ସାହିତ କରିଥିଲେ।