30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶବିଳମ୍ବରେ ମିଳିଲା ପ୍ରସାଦ: ମନ୍ଦିର ସେବକଙ୍କୁ ହତ୍ୟା

ବିଳମ୍ବରେ ମିଳିଲା ପ୍ରସାଦ: ମନ୍ଦିର ସେବକଙ୍କୁ ହତ୍ୟା

ନୂଆଦିଲ୍ଲୀ : ପ୍ରସାଦ ମିଳିବାରେ ବିଳମ୍ବ ଘଟିବାରୁ ନୂଆଦିଲ୍ଲୀସ୍ଥ କାଲକାଜୀରେ ଥିବା ଏକ ମନ୍ଦିରରେ କିଛି ଭକ୍ତ ଜଣେ ସେବକଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଶୁକ୍ରବାର ରାତି ୯ଟା ସମୟରେ କିଛି ଭକ୍ତ ମନ୍ଦିରକୁ ଆସି ତୁରନ୍ତ ପ୍ରସାଦ ଦେବାକୁ ବାଧ୍ୟ କରିଥିଲେ। ତେବେ ଯୋଗେନ୍ଦ୍ର ସିଂହ ନାମକ ଏହି ସେବକ ଜଣକ କିଛି ସମୟ ଅପେକ୍ଷା କରିବାକୁ ସେମାନଙ୍କୁ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ସେବକଙ୍କୁ ନିକଟସ୍ଥ ଏକ ଧର୍ମଶାଳାକୁ ଟାଣିନେଇ ଲୁହାରଡ୍‌ରେ ନିସ୍ତୁକ ପିଟିଥିଲେ। ଯୋଗେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଇତିମଧ୍ୟରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଅନ୍ୟମାନେ ଫେରାର ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking