21.1 C
Bhubaneswar
Thursday, December 18, 2025
Homeଓଡିଶାନବୀନଙ୍କୁ ପ୍ରଭାତଙ୍କ ଜବାବ

ନବୀନଙ୍କୁ ପ୍ରଭାତଙ୍କ ଜବାବ

– ମୁଁ ବିଜେଡି ନାହିଁ ବୋଲି କହିବା ମହାମିଛ
-ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟ ଥିଲି
-ନିଲମ୍ବନ ହଟାଇବାକୁ କେବେ ଅନୁରୋଧ କରିନି
-ମୋ କଥା କହି ୱାକଫ କଥା ଗୋଳିଆ କରାଗଲା

ଭୁବନେଶ୍ୱର: ‘ମୁଁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଥିଲି। ମୋତେ ଦଳରୁ ନିଲମ୍ବିତ କରାଯାଇଥିଲା । ତା’ପର ଠାରୁ ମୁଁ କେବେବି ମୋ ଉପରୁ ନିଲମ୍ବନ ହଠାଇବାକୁ ଅନୁରୋଧ କରିନାହିଁ । ଚିଟ୍‌ଫଣ୍ଡ କେସ୍ ଏବେ ବିଚରାଧୀନ ରହିଛି । ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି। ଏପିରିକି ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର ମଧ୍ୟ କରିଥିଲି। ତେଣୁ ମୁଁ ଦଳର ନାହିଁ ବୋଲି କହିବା ମହାମିଛ ବୋଲି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କହିଛନ୍ତି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି, ସେ ବହୁ ପୂର୍ବରୁ ବହିଷ୍କୃତ ହୋଇଛନ୍ତି କହିବା ପରେ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ ଏଭଳି କହି ନବୀନଙ୍କୁ କାଉଣ୍ଟର କରିଛନ୍ତି।

ପ୍ରକାଶ ଯେ ୱାକଫ୍ ବିଲ୍‌କୁ ନେଇ ବିଜେଡିରେ ଏବେ ଝଡ଼ ସୃଷ୍ଟି ହୋଇଛି। ସିଧା ପାଣ୍ଡିଆନଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଛନ୍ତି ବହୁ ନେତା। ତେବେ ସିଧାସଳଖ ଭାବେ ନାଁ ନେଇ ପାଣ୍ଡିଆନଙ୍କୁ ଆକ୍ରମଣ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ସାଂସଦ ଦେବାଶିଷ ସାମନ୍ତରାୟ। ଏହାପରେ ଦଳରେ ବଡ଼ ହଲ୍‌ଚଲ୍ ଦେଖାଦେଇଥିଲା। ତେବେ ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ଗଣମାଧ୍ୟମ ସାମ୍ନାରେ ସ୍ପଷ୍ଟୀକରଣ ରଖିଥିଲେ। ପାଣ୍ଡିଆନଙ୍କ ନିନ୍ଦୁକଙ୍କୁ କଡ଼ା ବାର୍ତ୍ତା ଦେଇଥିଲେ। ଏପରିକି ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି। ସେ ବହୁ ପୂର୍ବରୁ ବହିଷ୍କୃତ ହୋଇଛନ୍ତି ବୋଲି କହିଥିଲେ। ତେବେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ତ୍ରିପାଠୀ ନବୀନଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଚିଟଫଣ୍ଡ୍ ମାମଲାରେ ମୋତେ ନିଲମ୍ୱିତ କରାଯାଇଥିଲା। ଦଳର ଆବଶ୍ୟକତାକୁ ଭିତ୍ତି କରି ୨୦୧୭ରେ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ନିଲମ୍ବନ ହଠାଇବାକୁ ମୁଁ ନିଜ ଆଡୁ କହି ନଥିଲି। ମୁଁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଥିଲି। ଗତକାଲି ଯାଏଁ ମୁଁ ବିଜେଡିର ସଦସ୍ୟ ଥିଲି। ୨୦୧୯ ନିର୍ବାଚନରେ ଏକ ସଭାରେ ମୁଁ ଭାଷଣ ଦେବା ସମୟରେ ନବୀନ ବାବୁ ବି ଥିଲେ। କଟକ ଜିଲ୍ଲାରେ ଯାହା ସଭା ହୁଏ, ବିଜେଡି ମୋତେ ବିନିଯୋଗ କରେ। ୨୦୨୪ ନିର୍ବାଚନରେ ଏକାଧିକ ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ କାମ କରିଛି। ଯାହାକୁ ସବୁ ଦଳୀୟ କର୍ମୀ ସ୍ୱୀକାର କରିବେ।

ସେହିପରି ଚିଟଫଣ୍ଡ୍ ନେଇ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ ସେହି ମାମଲା ଏବେ ବିଚାରାଧୀନ ଅଛି। ନ୍ୟାୟାଳୟ କହିବେ ମୁଁ ଦୋଷୀ କି ନୁହେଁ। ମୁଁ ୨୦୨୪ ନିର୍ବାଚନରେ ବିଜେଡି ପାଇଁ ବହୁତ କାମ କରିଛି। ଗୋଟେ କଥା ଲୁଚାଇବାକୁ ନବୀନଙ୍କୁ ମିଛ କଥା କୁହାଇ ତାଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିଛନ୍ତି। ଯିଏ ଏବେ ଦଳର ନେତା ହୋଇଛନ୍ତି, ସେମାନେ ନବୀନଙ୍କ ମୁହଁରୁ କିଛି ବି କୁହାଇ ଦେଉଛନ୍ତି। ମୁଁ ନିଲମ୍ବନ ନ ହୋଇ ନିଲମ୍ବନ କହିବା ମାନେ ମୁଁ ଆଉ ବିଜେଡିରେ ସୁରକ୍ଷିତ ନୁହେଁ। ବିଜେଡି କର୍ମୀ ଜାଣିବାକୁ ଚାହୁଁଛନ୍ତି ୱାକଫ ବିଲ ସଂଶୋଧନ ନେଇ। ଏହା ସଂଖ୍ୟାଲଘୁଙ୍କ ଅଧିକାର। ଯାହାକୁ ବିଜେଡି ସୁରକ୍ଷା ଦେବା କଥା। କାରଣ ଏହା ବିଜେଡିର ରାଜନୈତିକ ଆଭିମୁଖ୍ୟ। ବିଜେଡି କର୍ମୀ ଜାଣିବାକୁ ଚାହୁଁଛନ୍ତି ଏହାର କାରଣ। ମୋ କଥା କହି ୱାକଫ କଥା ଗୋଳିଆ କରାଗଲା ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking