29.1 C
Bhubaneswar
Monday, February 9, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା : କୋଣାର୍କ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା : କୋଣାର୍କ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ

କୋଣାର୍କ: ସମ୍ଭାବ୍ୟ ‘ଦାନା’ ବାତ୍ୟାକୁ ନେଇ ସମଗ୍ର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲିଟି ନୀତିକୁ ଆପଣାଇ ଯେପରି କୌଣସି ଗୋଟିଏ ବ୍ୟକ୍ତିଙ୍କ କ୍ଷତି ନହୁଏ ସେଥି ନିମନ୍ତେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି। ଆସନ୍ତା ୨୪ ତାରିଖ ସୁଦ୍ଧା ଦାନା ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବା ଓ ଆଜିଠାରୁ ପ୍ରବଳ ବର୍ଷା ଆରମ୍ଭ ହେବାକୁ ଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ପୁରୀ କୋଣାର୍କରୁ ସମସ୍ତ ପର୍ଯ୍ୟଟକଙ୍କୁ ତୁରନ୍ତ ୨୩ତାରିଖ ସକାଳୁ ଛାଡିଚାଲିଯିବା ସହ ତୁରନ୍ତ ନିଜ ନିଜ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କୋଣାର୍କରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଚାର ଗାଡି ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ କୋଣାର୍କରୁ ତୁରନ୍ତ ଛାଡି ଚାଲିଯିବାକୁ ପରାମର୍ଶ ଦିଆଯିବା ସହ ସମସ୍ତ ଲଜିଂ ଓ ଧର୍ମଶାଳା ମାଲିକମାନଙ୍କୁ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କୁ ନ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅବମାନନା କଲେ ଲଜ୍ ଓ ଧର୍ମଶାଳା ମାଲିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଚେତାବନୀ ଦେଇଛନ୍ତି। ଏ ନେଇ କୋଣାର୍କ ଥାନା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ ସମସ୍ତ ପର୍ଯ୍ୟଟକମାନଙ୍କୁ ହଟାଇଦେବାକୁ ସମସ୍ତ ଲଜ୍ ମାଲିକମାନଙ୍କୁ ତୁରନ୍ତ ଜଣାଇ ଦିଆଯାଇଥିବା ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking