21.1 C
Bhubaneswar
Wednesday, January 14, 2026
Homeଓଡିଶାସଙ୍କଟରେ ଆଳୁଚାଷୀ, ମିଳୁନି ସରକାରୀ ସହାୟତା

ସଙ୍କଟରେ ଆଳୁଚାଷୀ, ମିଳୁନି ସରକାରୀ ସହାୟତା

କାମାକ୍ଷାନଗର: କେତେବେଳେ କିଲୋପ୍ରତି ଦଶଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ କେତେବେଳେ ଆଳୁର ଦର ଖାଉଟିଙ୍କ ପାଇଁ ସାଜୁଛି ଚିନ୍ତାର କାରଣ। ବିନା ଆଳୁରେ ଓଡ଼ିଆଙ୍କ ଖାଦ୍ୟ ଅଧୁରା ରହୁଥିବା ବେଳେ ଆଳୁର ଚାହିଦାକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଚାଷୀ। କିନ୍ତୁ ସରକାରୀ ସହାୟତା କିମ୍ବା ପ୍ରୋତ୍ସାହନ ଅଭାବରୁ ଆଳୁଚାଷୀ ସଙ୍କଟରେ ଥିବାବେଳେ ଚାଷରୁ ବିମୁଖ ହେଲେଣି ଚାଷୀ। କାମାକ୍ଷାନଗର ବ୍ଲକ୍‌ର ରେକୁଳା, କନ୍ଦରସିଙ୍ଗା, ତେନ୍ତୁଳିସିଙ୍ଗା, ଇନ୍ଦିପୁର ଇତ୍ୟାଦି ଗାଁରେ ଶୀତଦିନ ଆରମ୍ଭ ହେଲେ ରାମିଆଳ ନଦୀକୂଳରେ ଏକର ଏକର ଜମିରେ ଆଳୁ ଚାଷ କରିଥାନ୍ତି ସ୍ଥାନୀୟ ଚାଷୀ। ଅନେକ ବର୍ଷ ଧରି ଏଠିକାର ଚାଷୀମାନେ ଆଳୁଚାଷ କରି ଆସୁଥିବା ବେଳେ ଚାଷରୁ ସେମିତି କୌଣସି ଆଖିଦୃଷିଆ ଲାଭ ପାଇପାରୁ ନାହାନ୍ତି। ତାହାର କାରଣ ପାଲଟିଛି ସରକାରୀ ସହାୟତା କିମ୍ବା ପ୍ରୋତ୍ସାହନର ଅଭାବ। ବିନା କୌଣସି ସରକାରୀ ସହାୟତାରେ ଚାଷୀମାନେ ଧାରକରଜ କରି ଚଢା ଦରରେ ମାର୍କେଟରୁ ଆଳୁବିହନ କିଣୁଛନ୍ତି।

୪୦ କିଲୋ ବିହନ ପିଛା ପ୍ରାୟ ୫୦୦ ଟଙ୍କା ବିକ୍ରି ହେଉଥିବା ବେଳେ ସରକାରୀ ବିହନରୁ ବଞ୍ଚିତ ହେଉଛନ୍ତି ଚାଷୀ। ଗୋଟିଏ ପଟେ ଚଢା ଦରରେ ବିହନ କିଣିବା ଓ ଅନ୍ୟପଟେ ଟ୍ରାକ୍ଟର ଲଗାଇ ଚାଷ କରିବାଠାରୁ ସାର, ଔଷଧ ଓ ଅନ୍ୟ ଖର୍ଚ୍ଚ ପାଇଁ ବହୁ ଧାରକରଜ କରୁଛନ୍ତି ଚାଷୀ। ବିଭିନ୍ନ ଅସୁବିଧା ମଧ୍ୟରେ ସ୍ଥାନୀୟ ଚାଷୀମାନେ ଆଳୁଚାଷ କରୁଥିବା ବେଳେ ସେମାନଙ୍କୁ କୌଣସି ପ୍ରକାରର ସହାୟତା କିମ୍ବା ଚାଷ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଉ ନାହିଁ। ଫଳରେ ଆଳୁ ଅମଳ ସମୟରେ ଚାଷୀମାନେ କ୍ଷତି ସହୁଥିବା ବେଳେ ଧୀରେଧୀରେ ଚାଷ ପ୍ରତି ବିମୁଖ ହେବା ଦେଖିବାକୁ ମିଳୁଛି। ଗୋଟିଏ ପଟେ ସରକାରୀ ସହାୟତାର ଅଭାବ ଓ ଅନ୍ୟପଟେ ଆଳୁ ଚାଷ ସମୟରେ ମଞ୍ଜି, ବିହନ ଠାରୁ ଆରମ୍ଭ କରି ସାର, ଔଷଧ ପାଇଁ ଟଙ୍କା ଯୋଗାଡ଼ିବାକୁ ଲକ୍ଷଲକ୍ଷ ଟଙ୍କା ଧାର କରୁଛନ୍ତି ଚାଷୀ। ସରକାରଙ୍କ ତରଫରୁ ଆଳୁଚାଷ ସମ୍ପର୍କରେ ଚାଷୀଙ୍କୁ କୌଣସି ତଥ୍ୟ ପ୍ରଦାନ କିମ୍ବା ସଚେତନ କରାଯାଉନଥିବାରୁ ଆଳୁ ବିହନ ଲଗାଇବା ବେଳେ କିପରି ଚାଷ କରାଗଲେ ଲାଭବାନ ହୋଇପାରିବେ ତାହା ଜାଣିବାରୁ ବଞ୍ଚିତ ହେଉଛନ୍ତି ଚାଷୀ। ବର୍ତ୍ତମାନ ସରକାରଙ୍କ ତରଫରୁ ଆଳୁବିହନ ମିଳୁନଥିବା ବେଳେ ମାର୍କେଟରୁ ଉଚାଦରରେ ବିହନ ଓ ମଞ୍ଜି ଆଣି ଚାଷ କରୁଛନ୍ତି ଚାଷୀ।

କିନ୍ତୁ ଅମଳ ସମୟରେ ମଞ୍ଜି ଓ ବିହନ ଖରାପ ପଡିଲେ ସମ୍ପୂର୍ଣ୍ଣ ଭାଙ୍ଗି ପଡୁଛନ୍ତି କାମାକ୍ଷାନଗର ଅଞ୍ଚଳର ଆଳୁଚାଷୀ। ଏନେଇ ପୂର୍ବରୁ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବି କରୁଥିଲେ ସରକାରୀସ୍ତରରେ ଆଳୁଚାଷୀଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଆଳୁ ପରି ଏକ ଲାଭଜନକ ଚାଷ ଏବେ ଚାଷ ଙ୍କ ପାଇଁ କ୍ଷତି ଆଣୁଥିବା ବେଳେ ଏହାକୁ ନେଇ ସଙ୍କଟରେ ଆଳୁଚାଷ ଓ ଚାଷୀ। ତେବେ ସରକାରଙ୍କ ତରଫରୁ ଚାଷ ପାଇଁ ଯଦି କୌଣସି ବ୍ୟବସ୍ଥା ଗ୍ରହଣ କରାନଯାଏ ତେବେ ଆଗାମୀ ସମୟରେ ଆଉ ଆଳୁଚାଷ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ। ସରକାରୀ ପ୍ରୋତ୍ସାହନ ଓ ବିଭାଗୀୟ ଉଦାସୀନତା ଆଳୁଚାଷ ପାଇଁ ସଙ୍କଟ ସୃଷ୍ଟି କରୁଥିବା ବେଳେ ଆଳୁଚାଷରୁ ବିମୁଖ ଚାଷୀ। ଯାହା ଫଳରେ ଓଡ଼ିଶାରେ ଆଳୁର ଦର ବେଲଗାମ ହେଉଥିବା ବେଳେ ଦିନକୁ ଦିନ ଆଳୁଚାଷ ଓ ଚାଷୀ ଏବେ ହତାଶ ଅବସ୍ଥାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking