24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଆସନ୍ତାକାଲି "କୃଷି ଓ ଗ୍ରାମୀଣ ସମୃଦ୍ଧି" ଶୀର୍ଷକ ବଜେଟ ପରବର୍ତ୍ତୀ ୱେବିନାର

ଆସନ୍ତାକାଲି “କୃଷି ଓ ଗ୍ରାମୀଣ ସମୃଦ୍ଧି” ଶୀର୍ଷକ ବଜେଟ ପରବର୍ତ୍ତୀ ୱେବିନାର

ନୂଆଦିଲ୍ଲୀ: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ‘କୃଷି ଓ ଗ୍ରାମୀଣ ସମୃଦ୍ଧି’ ଶୀର୍ଷକ ଦିନିକିଆ ବଜେଟ୍ ପରବର୍ତ୍ତୀ ୱେବିନାର ଆସନ୍ତା କାଲି ଅନୁଷ୍ଠିତ ହେବ। ଏହି ଓ୍ବେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅଭିଭାଷଣ ରଖିବେ ଏବଂ ଏହି ଅବସରରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ଅପରାହ୍ନ ସାଢ଼େ ୩ଟାରେ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର ମତାମତ ରଖିବେ। ଏହି ୱେବିନାରର ଉଦ୍ଦେଶ୍ୟ ହେଉଛି ଅଂଶୀଦାରମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ କରିବା ଏବଂ ୨୦୨୫ର ବଜେଟ୍ ଘୋଷଣାଗୁଡ଼ିକୁ କିପରି ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ରଣନୀତି ପ୍ରସ୍ତୁତ କରିବା ।

ଏହି ୱେବିନାର କୃଷି ବିକାଶ ଏବଂ ଗ୍ରାମୀଣ ସମୃଦ୍ଧିର ପ୍ରମୁଖ କ୍ଷେତ୍ର ଉପରେ ଆଲୋକପାତ କରିବ ଏବଂ ବଜେଟରେ ଦର୍ଶାଯାଇଥିବା ସ୍ୱପ୍ନକୁ ସାକାର କରିବା ପାଇଁ ଏକ ସହଯୋଗୀ ଆଭିମୁଖ୍ୟ ସୁନିଶ୍ଚିତ କରିବ । ଏହାବ୍ୟତୀତ ଏହି ୱେବିନାରର ଉଦ୍ଦେଶ୍ୟ ହେଉଛି ଘରୋଇ କ୍ଷେତ୍ରର ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି ଏବଂ ବିଷୟ ବିଶେଷଜ୍ଞଙ୍କ ସମେତ ପ୍ରମୁଖ ଅଂଶୀଦାରମାନଙ୍କୁ ଏକ ଗଠନମୂଳକ, ଉପ-ବିଷୟ କେନ୍ଦ୍ରିତ ୱେବିନାର ମାଧ୍ୟମରେ “କୃଷି ଏବଂ ଗ୍ରାମୀଣ ସମୃଦ୍ଧି” ପାଇଁ ୨୦୨୫ ବଜେଟ୍ କାର୍ଯ୍ୟକାରୀ କରିବା ପାଇଁ ଏକଜୁଟ କରିବା । ଏହାର ଉଦ୍ଦେଶ୍ୟ ହେଉଛି ଆଲୋଚନାକୁ ସୁଗମ କରିବା, ବୁଝାମଣା ପ୍ରଦାନ କରିବା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଦିଗରେ ଠିକ୍ ସମୟରେ ଏବଂ ସମନ୍ୱିତ କାର୍ଯ୍ୟ ସୁନିଶ୍ଚିତ କରିବା ।

ଏହି କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ ଏବଂ ଏଥିରେ ୭ରୁ ୮ ଜଣ ବକ୍ତା ବିଭିନ୍ନ ବିଷୟଉପରେ ନିଜର ମତ ରଖିବେ। ଏହାବ୍ୟତୀତ ମଧ୍ୟାହ୍ନ ସାଢ଼େ ୧୨ଟାରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟ ଅଭିଭାଷଣ ରଖିବେ । କାର୍ଯ୍ୟକ୍ରମଟି ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ଗ୍ରାମୀଣ ସ୍ବରୋଜଗାର ତାଲିମ ପ୍ରତିଷ୍ଠାନ (ଆରଏସଇଟିଆଇ)ଗୁଡ଼ିକ ମାଧ୍ୟମରେ ଆୟୋଜନ କରାଯିବ । ଜିଲ୍ଲା ପିଛା ୫୦ ଜଣ ଲେଖାଏଁ କୃଷକ ଯୋଗ ଦେବେ । ସେମାନଙ୍କ ମଧ୍ୟରେ ରହିବେ ଫସଲ କେସିସି, ଏଏଚଡି କେସିସି, ମତ୍ସ୍ୟଚାଷ କେସିସି, ଭାଗଚାଷୀ, ଭୂମିହୀନ କୃଷକ ଓ ମହିଳା କୃଷକ ଆଦି କେସିସି ହିତାଧିକାରୀ । ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଫୋକସ ବିଷୟ ରହିବ ‘କିଶାନ କ୍ରେଡିଟ କାର୍ଡ (କେସିସି) ମାଧ୍ୟମରେ କୃଷକମାନଙ୍କୁ ସଂସ୍ଥାଗତ ଋଣ ସଂପ୍ରସାରଣ” । ନୂଆ କେନ୍ଦ୍ର ବଜେଟରେ କିଶାନ କ୍ରେଡିଟ କାର୍ଡ : ମୋଡିଫାଏଡ୍ ଇଣ୍ଟରେଷ୍ଟ୍ ସବଭେନ୍ସନ ସ୍କିମ୍ (କେସିସି-ଏମଆଇଏସଏସ) ଘୋଷଣା ହୋଇଥିଲା, ଏଥିରେ ଋଣ ସୀମାକୁ ୩ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking