31.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶଲୋକପ୍ରିୟ ବିଜେପି ନେତା ଶ୍ୟାମ ଦେବଙ୍କ ପରଲୋକ

ଲୋକପ୍ରିୟ ବିଜେପି ନେତା ଶ୍ୟାମ ଦେବଙ୍କ ପରଲୋକ

ନୂଆଦିଲ୍ଲୀ: କ୍ରମାଗତ ସାତଥର ବାରାଣାସୀ ସହରର ବିଧାୟକ ରହିଥିବା ବିଜେପି ନେତା ଶ୍ୟାମ ଦେବ ରାୟ ଚୌଧୁରୀ (୮୫)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ମଙ୍ଗଳବାର ସକାଳେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସମୟରେ ଶ୍ୟାମ ଦେବଙ୍କର ମୃତ୍ୟୁ ହୋଇଥିବାର ଦୁଃଖଦ ଖବର ବିଷୟରେ ସୂଚନା ପ୍ରଦାନ କରି ବିଜେପିର ଜଣେ ଅଧିକାରୀ କହିଛନ୍ତି,‘ଦାଦା ନାମରେ ବେଶ ଜଣାଶୁଣା ଥିବା ଚୌଧୁରୀ କିଛି ଦିନ ହେବ ବୟସ ଜନିତ ସମସ୍ୟାରେ ପୀଡିତ ଥିଲେ ଆଜି ତାଙ୍କର ଦେହାନ୍ତ ହୋଇଛି।’ ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ୟାମ ଦେବ ରାୟ ଚୌଧୁରୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହି କ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ବାରାଣାସୀଗସ୍ତ ସମୟରେ ଡାକ୍ତରଖାନାରେ ଚୌଧୁରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଥିଲେ। ବିଜେପି ମହାନଗର ଅଧ୍ୟକ୍ଷ ବିଦ୍ୟାସାଗର ରାୟ କହିଛନ୍ତି,‘ମସ୍ତିଷ୍କ ରକ୍ତସ୍ରାବ ହେତୁ ଶ୍ୟାମ ଦେବ ରାୟ ଚୌଧୁରୀଙ୍କୁ ମହମୁରଗଞ୍ଜସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି। ଦାଦାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking