17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଧନୀ ହୋଇଗଲା କାଙ୍ଗାଳ ପାକିସ୍ତାନ!

ଧନୀ ହୋଇଗଲା କାଙ୍ଗାଳ ପାକିସ୍ତାନ!

ଇସଲାମବାଦ: କାଙ୍ଗାଳରୁ ଧନୀ ହୋଇଯିବ ପାକିସ୍ତାନ। ଭୟଙ୍କର ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର। ସିନ୍ଧୁ ନଦୀରେ ବିରାଟ ସୁନାର ଭଣ୍ଡାର ଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି। ଏହି ଭଣ୍ଡାର ପାଖାପାଖି ୮୦,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ରିପୋର୍ଟ ଅନୁସାରେ ଏହି ସୁନା ଭଣ୍ଡାର ପଞ୍ଜାବର ଅଟକ ଜିଲାରେ ମିଳିଛି। ପାକିସ୍ତାନ ସରକାରଙ୍କ ଦ୍ୱାରା କରାଯାଉଥିବା ଏକ ସର୍ଭେରେ ସେଠାରେ ସୁନାର ଭଣ୍ଡାର ଥିବା ନେଇ ଜଣାପଡ଼ିଛି। ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏହି ଆବିଷ୍କାରକୁ ଅର୍ଥନୀତି ପାଇଁ ଏକ ଲାଇଫ ଲାଇନ ଭାବେ ବିଚାର କରୁଛି। ବର୍ତ୍ତମାନ ଏହି ସୁନାକୁ ବାହାର କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି, ଯାହା ଦେଶକୁ ଆର୍ôଥକ ଶକ୍ତି ଯୋଗାଇପାରେ।

ଏହି ସୁନା ଭଣ୍ଡାରର ଖନନ ପ୍ରକ୍ରିୟା, ପାକିସ୍ତାନର ସରକାରୀ ଇଞ୍ଜିନିୟରିଂ ସେବା କମ୍ପାନୀ, ନ୍ୟାଶନାଲ ଇଞ୍ଜିନିୟରିଂ ସର୍ଭିସ ପାକିସ୍ଥାନ (ନେସପାକ) ଏବଂ ପଞ୍ଜାବର ମାଇନ୍ସ ଏବଂ ମିନେରାଲ୍ସ ବିଭାଗ ଦ୍ୱାରା ପରିଚାଳିତ ହେବ। ଏହି ଆବିଷ୍କାର ପାକିସ୍ତାନର ଖଣି ଶିଳ୍ପ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି କୁହାଯାଉଛି। ଭୂବିଜ୍ଞାନୀମାନେ କହିଛନ୍ତି ଯେ ଏହି ସୁନା ହିମାଳୟରୁ ସିନ୍ଧୁ ନଦୀ ଦେଇ ପ୍ରବାହିତ ହୋଇ ପାକିସ୍ତାନ ଅଞ୍ଚଳରେ ଜମା ହୋଇଛି। ବିଭାଜନ ପୂର୍ବରୁ ଏହି ଅଂଶ ଭାରତର ଥିଲା, କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନର ଏକ ଅଂଶ । ନଦୀରେ ସୁନାର ଛୋଟ ଖଣ୍ଡ କିମ୍ବା ନାଗେଟ ଆକାରରେ ମିଳିଥାଏ । ଲଗାତାର ପ୍ରବାହ ଫଳରେ ଏହି ସୁନା ଖଣ୍ଡଗୁଡ଼ିକ ଗୋଲ ହୋଇଯାଇ ଗୋଟିଏ ସ୍ଥାନରେ ଜମା ହୋଇଯାଇଛି। ଡିସେମ୍ବର ୨୦୨୪ ସୁଦ୍ଧା ପାକିସ୍ତାନର ସୁନା ଭଣ୍ଡାରର ମୂଲ୍ୟ ୫.୪୩ ବିଲିୟନ ଡଲାର ରହିଥିଲା। କିନ୍ତୁ ବର୍ତ୍ତମାନ ଦେଶ ଏକ ଗୁରୁତର ଆର୍ôଥକ ସଙ୍କଟ ଦେଇ ଗତି କରୁଛି। ହୁଏତ ଏବେ ଏହି ସୁନା ଭଣ୍ଡାର ପାକିସ୍ତାନକୁ ଆର୍ôଥକ ସଙ୍କଟରୁ ରକ୍ଷା କରିପାରିବ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking