26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଆଇଏଏସ୍ ପଦରୁ ବିଦା ହେଲେ ପୂଜା ଖେଡ୍‌କର

ଆଇଏଏସ୍ ପଦରୁ ବିଦା ହେଲେ ପୂଜା ଖେଡ୍‌କର

ନୂଆଦିଲ୍ଲୀ: ଜାଲିଆତି କରି ଆଇଏଏସ୍ ହୋଇଥିବା ଭଳି ସଂଗୀନ ଅଭିଯୋଗରେ ଛନ୍ଦି ହୋଇପଡିଥିବା ତଥା ବିବାଦୀୟ ଟ୍ରେନି ଆଇଏଏସ୍ ଅଫିସର (କ୍ୟାଡର ପଦ୍ଦ ରଦ୍ଦ ହୋଇସାରିଛି) ପୂଜା ଖେଡକର୍‌ଙ୍କୁ କେନ୍ଦ୍ର ସରକାର ତତ୍କାଳ ଭାବେ ଆଇଏସ ନିୟମ ୧୯୫୪ର ଧାରା ୧୨ ଅଧୀନରେ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛନ୍ତି। ସେ ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସ୍ପଷ୍ଟ କରାଯାଇଛି। ସେପ୍ଟେମ୍ବର ୬ରେ ଅର୍ଥାତ୍ ଗତକାଲି ଖେଡକରଙ୍କ ବିରୋଧରେ ଏହି ନିର୍ଦ୍ଦେଶ ତତ୍କାଳ ଭାବେ ଲାଗୁ ହୋଇଥିବା ମଧ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ପ୍ରକାଶ, ୨୦୨୩ ବ୍ୟାଚ୍‌ର ଆଇଏଏସ୍ ପୂଜାଙ୍କୁ ପୁଣେରେ ଟ୍ରେନି ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା। ତେବେ ସେ କ୍ଷମତାର ଅପବ୍ୟହାର କରିଥିବା ଅଭିଯୋଗ ଆସିଥିବା ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ପରେ ସେ ନିଜ ନାଁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗ ଆସିଥିଲା।
ଗତ ମାସ ଅର୍ଥାତ୍ ଅଗଷ୍ଟରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ତାଙ୍କ ଚୟନ ତଥା କ୍ୟାଡର ପଦ୍ଦ ରଦ୍ଦ କରାଯାଇସାରିଥିବା ବେଳେ ଏବେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜୁଲାଇ ୩୧ରେ ୟୁପିଏସ୍‌ସି ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ôଥତ୍ୱକୁ ବାତିଲ କରିଥିଲା ଓ ତାଙ୍କୁ ଭବିଷ୍ୟତରେ ପ୍ରଶାସନିକ ସେବାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲା। ପୂଜା ଖେଡକର ପ୍ରଶାସନିକ ସେବା ପରୀକ୍ଷା ନିୟମ ୨୦୨୨କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସେ ନିଜର ନକଲି ପରିଚୟ ଦେଇ ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ପ୍ରମାଣିତ ହୋଇଛି। କେବଳ ସେତିକି ନୁହେଁ, ୟୁପିଏସ୍‌ସି ପକ୍ଷରୁ ତାଙ୍କ ବିରୋଧରେ ଠକେଇ, ଧୋକା ଓ ହେରଫେର ଭଳି ଅପରାଧିକ ମାମଲା ମଧ୍ୟ ରୁଜୁ କରିଛି। ୟୁପିଏସସିର ଏହି ନିଷ୍ପତ୍ତିକୁ ପୂଜା ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ପ୍ରାର୍ôଥତ୍ୱକୁ ବାତିଲ କରିବାର ଅଧିକାର ୟୁପିଏସ୍‌ସିର ନାହିଁ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ। ଜଣେ ଆଶାୟୀ ଥରେ ଆଇଏଏସ୍ ଭାବେ ଚୟନ ହେବା ପରେ ଓ ଜଣେ ଟ୍ରେନି ଆଇଏଏସ୍ ଭାବେ ତାଙ୍କୁ ନିଯୁକ୍ତି ମିଳିବା ପରେ ୟୁପିଏସସି ଉକ୍ତ ବ୍ୟକ୍ତିକୁ ଅଯୋଗ୍ୟ ବିବେଚନା କରିବାକୁ କ୍ଷମତା ହରାଇଥାଏ। କେବଳ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ହିଁ ଏକମାତ୍ର ସଂସ୍ଥା ଭାବେ ସର୍ବ ଭାରତୀୟ ସେବା ଆଇନ୍ ୧୯୫୪ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ରହିଥିବା ବେଳେ ଏବେ କେନ୍ଦ୍ର ସରକାର ପୂଜାଙ୍କୁ ଆଇଏଏସ୍ ପଦରୁ ନିଷ୍କାସିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking