31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ ସ୍ତର; ନଡ଼ା ଜାଳି ୧୪ କୃଷକ ଗିରଫ

ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ ସ୍ତର; ନଡ଼ା ଜାଳି ୧୪ କୃଷକ ଗିରଫ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ ସ୍ତର। ବିଷାକ୍ତ ହେବାରେ ଲାଗିଛି ବାୟୁମଣ୍ଡଳ। ପ୍ରତିବର୍ଷ ଦିଲ୍ଲୀରେ ଏପ୍ରକାର ପ୍ରଦୂଷଣ ହାର ବୃଦ୍ଧି ପାଇବା ପଛରେ ପଡୋଶୀ ରାଜ୍ୟ ହରିଆଣାରେ କୃଷକମାନେ ନଡ଼ା ଜାଳିବା ଯୋଗୁ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ହୋଇ ଆସୁଛି। ତେବେ ଏହି ଘଟଣାକୁ ନେଇ ହରିଆଣା ସରକାର ଏବେ ଆକ୍ସନ ମୁଡ଼କୁ ଆସିଛନ୍ତି। ରିପୋର୍ଟ ଅନୁସାରେ ହରିଆଣାର କ୍ୟାଥଲ ଜିଲ୍ଲାରେ ପରାଲି ତଥା ନଡ଼ା ଜାଳିବା ମାମଲାରେ ୧୪ କୃଷକ ଗିରଫ ହୋଇଛନ୍ତି। ଗିରଫ କରିଥିବା ପୁଲିସ୍ ଅଧିକାରୀଙ୍କ କହିବାନୁସାରେ ନଡ଼ା ଜାଳିବା ଉପରେ ରୋକ୍ ଲଗାଯାଇଥିଲେ ସୁଦ୍ଧା କିଛି କୃଷକ ଏହାକୁ ମାନିନଥିଲେ। ତେଣୁ ଏହି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ପରେ ଏମାନଙ୍କୁ ଜାମିନରେ ଛାଡି ଦିଆଯାଇଥିବା ସୂଚନା ମିଳିଛି। କ୍ୟାଥଲରେ ପ୍ରାୟ ୧୨୩ କୃଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରକାଶ, ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ୁଥିବା ନେଇ ଅଭିଯୋଗ ହୁଏ। ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏଥିର ମଧ୍ୟ ଏହି ମାମଲା ସୁପ୍ରିମକୋର୍ଟ ଯାଏ ପହଞ୍ଚିଛି। ହରିଆଣା, ଦିଲ୍ଲୀ ଓ ପଞ୍ଜାବକୁ କୋର୍ଟ ପ୍ରଦୂଷଣ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking