ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ । ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ଏହାରି ଭିତରେ ମୋକିମ ପ୍ରତିକ୍ରିୟା ରଖି କହିଛନ୍ତି, ରାଜନୀତି ଜାରି ରଖିବି । ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ । ଏଥିରେ ବିରାମ ନାହିଁ । ସମର୍ଥକ, ଶୁଭେଛୁଙ୍କ ସହ ଆଲୋଚନା ପରେ ରବର୍ତ୍ତୀ ପଦକ୍ଷେପ ନେବି । ଶେଷ ନିଶ୍ୱାସ ଯାଏଁ କଟକ ଓ ଓଡିଶାବାସୀଙ୍କ ପାଇଁ କାମ କରିବି । ଅନ୍ୟପଟେ ଚିଠିକୁ ନେଇ ମୋକିମ କହିଛନ୍ତି ଯାହା କହିଛି ସେଥିରେ କୌଣସି ଅନୁଶୋଚନା ନାହିଁ । ଯାହା ଦଳର ସତ ତାହା ମୁଖ୍ୟଙ୍କୁ ଅବଗତ କରିଥିଲି । ଆଇନା ଦେଖାଇଥିଲି, ଭାବିଥିଲି କଂଗ୍ରେସ ସୁଧାର ଆଣିବ । କିନ୍ତୁ ଦଳ ମୋ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି, ଏହାକୁ ଗ୍ରହଣ କରୁଛି । ସୂଚନାଥାଉ କି କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା । ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି ।









