30.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଭଗବାନଙ୍କ ନାମରେ ରାଜନୀତି କରାଯାଉଛି : ଜଗନ୍ ମୋହନ ରେଡ୍ଡୀ

ଭଗବାନଙ୍କ ନାମରେ ରାଜନୀତି କରାଯାଉଛି : ଜଗନ୍ ମୋହନ ରେଡ୍ଡୀ

ହାଇଦ୍ରାବାଦ୍ : ତିରୁପତିଙ୍କ ଲଡୁ ପ୍ରସାଦକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଶାସକ ତେଲୁଗୁ ଦେଶମ ପାର୍ଟିର ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜଗନ୍ ମୋହନ ରେଡ୍ଡୀ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୁଧବାର ଦାବି କରିଥିଲେ ଯେ ପୂର୍ବ ସରକାରରେ ତିରୁପତି ମନ୍ଦିରର ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ଏବଂ ମାଛ ତେଲ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ଏହି ଅଭିଯୋଗର ଜବାବ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଭଗବାନଙ୍କ ନାମରେ ରାଜନୀତି କରାଯାଉଛି’।

ଜଗନ୍ ମୋହନ ରେଡ୍ଡୀ ଆହୁରି କହିଛନ୍ତି, ଟେଣ୍ଡର ପ୍ରକ୍ରିୟା ପ୍ରତି ଛଅ ମାସରେ ହୋଇଥାଏ । ଦଶନ୍ଧି ଧରି ଯୋଗ୍ୟତା ମାନଦଣ୍ଡ ପରିର୍ବତ୍ତନ ହୋଇ ନାହିଁ । ଯୋଗାଣକାରୀଙ୍କୁ ଏନ୍‌ଏବିଏଲ୍ ସାର୍ଟିଫିକେଟ ପ୍ରଦାନ କରିବା ଉଚିତ୍ । ଘିଅର ନମୁନା ସଂଗ୍ରହ କରାଯାଏ । କେବଳ ସାର୍ଟିଫିକେଟ ପାସ୍ କରୁଥିବା ପ୍ରଡକ୍ଟକୁ ହିଁ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିବା ଉଚିତ । ଟିଡିପି ଧାର୍ମିକ ପ୍ରସଙ୍ଗକୁ ରାଜନୀତିକରଣ କରୁଛି । ଆମ ଶାସନ କାଳରେ ଆମେ ୧୮ ଥର ଉତ୍ପାଦକୁ ପ୍ରତ୍ୟାଖ୍ୟାନ କରିଛୁ । ଜଗନ୍ ମୋହନ ରେଡ୍ଡୀ ନିଜ ପ୍ରଶାସନ ବିରୋଧରେ ହୋଇଥିବା ଅଭିଯୋଗକୁ ମିଥ୍ୟା ଏବଂ ଅନାବଶ୍ୟକ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking