29.1 C
Bhubaneswar
Sunday, February 15, 2026
Homeଓଡିଶାରାସନ କାର୍ଡ ବୟାନ ପରେ ତେଜିଲା ରାଜନୀତି

ରାସନ କାର୍ଡ ବୟାନ ପରେ ତେଜିଲା ରାଜନୀତି

ଭୁବନେଶ୍ୱର: ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ। ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ଆୟକର ଫାଇଲ କରୁଥିବା ବ୍ୟକ୍ତିଙ୍କର ରାସନ୍‌ କାର୍ଡ କଟିବନି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।  ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର। ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରିଫିକେସନ୍‌ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫିଜିକାଲ ଭେରିଫିକେସନ ପରେ, ରାସନ କାର୍ଡ କଟିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଇନକମ ଟାକ୍ସ ପାଇଁ ଯଦି କାଟିଥାଏ, ତେବେ ଆଦୌ ବ୍ୟସ୍ତ ହେବାର ନାହିଁ। ଯେଉଁମାନଙ୍କର କଟିଛି ବିଭାଗକୁ ଜଣାଇବାକୁ ମନ୍ତ୍ରୀ କହିଛନ୍ତି। ତଦନ୍ତ କରି ସେମାନଙ୍କୁ ପୁନଃ ସାମିଲ କରାଯିବ। ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି। ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ ବୋଲି ସରକାର ବ୍ୟବସ୍ଥା କରୁଥିବା ମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking