24.1 C
Bhubaneswar
Friday, February 13, 2026
Homeଓଡିଶାଆଦିବାସୀଙ୍କ ନାଁରେ ରାଜନୀତି ହେଉଛି : ମନ୍ତ୍ରୀ

ଆଦିବାସୀଙ୍କ ନାଁରେ ରାଜନୀତି ହେଉଛି : ମନ୍ତ୍ରୀ

ଭୁବନେଶ୍ୱର : ଆଦିବାସୀଙ୍କ ନାଁରେ ରାଜନୀତି ହେଉଛି । ଅବିଭକ୍ତ କୋରାପୁଟ ବନ୍ଦ ପାଳନକୁ ରାଜନୀତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ ରାଜ୍ୟ ସରକାର ଆସନ୍ତାକାଲି ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବେ । ଏସବୁ ଦେଖି ବିରୋଧୀ ଅସମ୍ଭାଳ ହେଉଛନ୍ତି । ଆଗରୁ ବିଜେଡି ଏହା କାହିଁକି କଲାନାହିଁ ବୋଲି ଶ୍ରୀ ଗଣ୍ଡ ପ୍ରଶ୍ନ କରିଛନ୍ତି । ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଆଜି କୋରାପୁଟ ବନ୍ଦ ଡାକରା ଦିଆଯାଇଛି।  ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ଡାକରାରେ ସକାଳ ୬ଟାରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଯୋଗୁ ଦୋକାନ ବଜାର, ଗାଡ଼ି ଚଳାଚଳ,ସରକାରୀ କାର୍ୟ୍ୟାଳୟ ଓ ସ୍କୁଲ କଲେଜ  ବନ୍ଦ ରହିଛି। ଆଦିବାସୀ ଅଧ୍ୟୁଷିିତ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ପାଇଁ ଆଶାୟୀ ଥିବାବେଳେ ସରକାର ସେମାନଙ୍କ ପ୍ରତି ଅଣଦେଖା କରି ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ଦେଉଥିବା ଅଭିଯୋଗ ହୋଇଛି। ଏହାଫଳରେ ଜିଲ୍ଲାର ଯୁବକ ଯୁବତୀ କର୍ମସଂସ୍ଥାନ ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲାରେ ୯୨୨ରୁ ମାତ୍ର ୪୦ ଜଣ ଏବଂ ନବରଙ୍ଗପୁରରେ ୮୬୦ରୁ ୧୩୪ ଜଣ ଜିଲ୍ଲାର ପ୍ରାର୍ଥୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking