ଭୁବନେଶ୍ୱର: ବରିଷ୍ଠ ନେତା ନରସିଂହ ମିଶ୍ର ବଡ ବୟାନ ରଖିଛନ୍ତି । କହିଛନ୍ତି, ଠାକୁରଙ୍କୁ ନେଇ ଭୋଟ ରାଜନୀତି ହେଉଛି । ଭଗବାନଙ୍କ ନାଁ ନେଇ ରାଜନୀତି କରାଯାଉଛି । ନବୀନବାବୁଙ୍କ ବେଳେ ଜଗନ୍ନାଥଙ୍କ ଫଟୋଧରି ଚାଉଳ ମାଗିଲେ । ବିଜେପି ସରକାର ମଧ୍ୟ ଚାରିଦ୍ୱାର ଖୋଲିଲେ । ଏହା କଣ ଧର୍ମ ନାଁରେ ରାଜନୀତି ହେଲାନି । ଆଇନରେ ସଂଶୋଧନ, ସବୁ ଗଳାବାଟ ବନ୍ଦ ହେଉ । ଉପଯୁକ୍ତ ଲୋକଙ୍କୁ କ୍ଷମତା ଦିଆଯାଉ ।










