26.1 C
Bhubaneswar
Tuesday, November 5, 2024
Homeଦେଶ ବିଦେଶହେମନ୍ତଙ୍କ ମିଥ୍ୟା ସତ୍ୟପାଠକୁ ନେଇ ରାଜନୈତିକ ହଟଚମଟ

ହେମନ୍ତଙ୍କ ମିଥ୍ୟା ସତ୍ୟପାଠକୁ ନେଇ ରାଜନୈତିକ ହଟଚମଟ

ରାଞ୍ଚି: ମହାରାଷ୍ଟ୍ର ସହିତ ଝାଡ଼ଖଣ୍ଡରେ ମଧ୍ୟ ସମାନ ସମୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନରେ ଜିତିବା ପାଇଁ ରାଜନୈତିକ ଦଳମାନେ ନିରନ୍ତର ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ ଝରଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବୟସକୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଛି । ବାରହାଟ ଆସନରୁ ମୁଖ୍ୟମନ୍ତ୍ରୀ ହେମନ୍ତ ନିଜ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏହି ଅବସରରେ ସେ ଦାଖଲ କରିଥିବା ସତ୍ୟପାଠକୁ ନେଇ ବିବାଦର ସୂତ୍ରପାତ ହୋଇଛି । ହେମନ୍ତ ନିଜ ସତ୍ୟପାଠରେ ନିଜ ବୟସ ୪୯ ବର୍ଷ ବୋଲି ଦର୍ଶାଇଛନ୍ତି । କିନ୍ତୁ ଗତ ବିଧାନସଭା ନିର୍ବାଚନ ସମୟରେ (୨୦୧୯) ସେ ନିଜ ବୟସ ୪୨ ବର୍ଷ ବୋଲି ଦର୍ଶାଇଥିଲେ । ଅର୍ଥାତ୍ ଗତ ୫ ବର୍ଷ ମଧ୍ୟରେ ହେମନ୍ତଙ୍କ ବୟସ ୭ ବର୍ଷ ବୃଦ୍ଧି ପାଇଛି । ଏସମ୍ପର୍କରେ ସୂଚନା ପ୍ରଘଟ ହେବା ପରେ ପରେ ବିରୋଧୀ ବିଜେପି ଏହାକୁ ଏକ ମୁଦ୍ଦା କରିଛି ।

ହେମନ୍ତଙ୍କ ବୟସ ୫ ବର୍ଷରେ ୭ ବର୍ଷ କିପରି ବୃଦ୍ଧି ପାଇଲା ବୋଲି ବିଜେପି ପ୍ରଶ୍ନ କରିଛି । ବିଜେପି ଯୁକ୍ତି ବାଢ଼ିଛି ଯେ, ବର୍ତ୍ତମାନ କେବଳ ହେମନ୍ତ ସୋରେନ କହିପାରିବେ ଯେ ୨୦୧୯ରେ ତାଙ୍କର ବୟସ ଠିକ୍ ଅଛି କି ସେ ୨୦୨୪ରେ ଦାଖଲ କରିଥିବା ବୟସ ଠିକ୍ ଅଛି । ଯଦି ୨୦୨୪ରେ ତାଙ୍କ ବୟସ ସଠିକ୍ ତେବେ ଏହାର ଅର୍ଥ ହେଉଛି ଯେ ସେ ମିଥ୍ୟା କହି ୨୦୧୯ ବିଧାନସଭା ନିର୍ବାଚନରେ ଜିତିଛନ୍ତି । ଏବଂ ଯଦି ଏହା ହୁଏ ତେବେ ଏଥିପାଇଁ କିଏ ଦାୟୀ? ଆସାମ ମୁଖ୍ୟମନ୍ତୀ ତଥା ଝାଡ଼ଖଣ୍ଡ ବିଜେପି ସହପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏପରି ଭୁଲ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ । କାରଣ ଭୋଟର ଏହାର ଉଚିତ୍ ଜବାବ ଦେବେ ଓ ତାଙ୍କୁ ହରାଇଦେବେ । ସେହିପରି ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମରାଣ୍ଡି କହିଛନ୍ତି, ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି । ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking