28.7 C
Bhubaneswar
Thursday, April 9, 2026
Homeଓଡିଶାରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ

ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ

ପୁରୀ : ଶ୍ରୀଜିଉଙ୍କ ଅନବସର ଦ୍ୱାଦଶୀ, ଚାଲିଛି ରାଜପ୍ରାସାଦ ବିଜେ ନୀତି । ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜପ୍ରାସାଦରେ ପହଞ୍ଚିଲେ ସେବାୟତ । ଶ୍ରୀଜିଉଙ୍କ ସୁସ୍ଥ ଖବର ନେଇ ମହାରାଜାଙ୍କୁ ଜଣାଇବେ ସେବାୟତ । ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ପୁରୀରେ ଆଜି ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ଦଇତା ସେବକ ଓ ପତି ସେବକମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ଖବର ଦେଇଛନ୍ତି । ଏହାକୁ ରାଜପ୍ରାସାଦ ବିଜେ ନୀତି କୁହାଯାଇଥାଏ। ଭୋଗମଣ୍ଡପ ଉଠିବା ପରେ ଏହି ଦ୍ୱାଦଶୀ ନୀତି ସମ୍ପନ୍ନ ହୋଇଛି । ଏକାଦଶୀରେ ଦଶମୂଳମୋଦକ ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସେପଟେ ରଥଯାତ୍ରାକୁ ଆଉ ମାତ୍ର ୩ଦିନ ରହିଲା। ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାମ। ବିଶ୍ୱକର୍ମା ମହାରଣାମାନେ ରଥ ନିର୍ମାଣରେ ମଜି ଯାଇଛନ୍ତି। ସେହିପରି ତିନି ରଥ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର ସେବକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking