ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍ଥଗିତ ପରେ କ୍ରାଇମବ୍ରାଞ୍ଚର ତତ୍ପରତା ଦେଖାଦେଇଛି । ଏକ ପାଞ୍ଚ ଜଣିଆ କ୍ରାଇମବ୍ରାଞ୍ଚ ଟିମ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି । ବର୍ତ୍ତମାନ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରାଯାଇଛି । ଦରକାର ପଡିଲେ ତଦନ୍ତ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଓପିଆରବି ପକ୍ଷରୁ ସୂଚନା ପରେ ଆଗକୁ ବଢିବ କ୍ରାଇବ୍ରାଞ୍ଚ ।ପୋଲିସ ଏସଆଇ ପରୀକ୍ଷା ସ୍ଥଗିତ । ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏନେଇ ଓଡିଶା ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା ଦିଆଯାଇଛି ।
ସୂଚନାଥାଉକି, କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ ବାଟକୁ ନେବା ଉଦ୍ୟମ ପରେ ତତ୍ପରତା ଦେଖାଦେଇଛି । ଅକ୍ଟୋବର ୫ ଓ ୬ ତାରିଖରେ ସବୁ ଜିଲ୍ଲାରେ ଥିଲା ପୋଲିସ ଏସଆଇ ପରୀକ୍ଷା । ଲାଞ୍ଚ ଦେବା ଓ ନେବାରେ ସଂପୃକ୍ତ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ଆନ୍ଧ୍ର ଶ୍ରୀକାକୁଲମରେ ଶତାଧିକ ଏସଆଇ ପରୀକ୍ଷା ଆସାୟୀଙ୍କୁ ଧରିଥିଲା ପୋଲିସ । ଏସଆଇ ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡିଥିଲେ । ଏଥିସହିତ ଏସଆଇ ପରୀକ୍ଷାରେ ଜାଲିଆତିକୁ ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ । ହେଲ୍ପ ଲାଇନ ନମ୍ବର ୯୦୪୦୪୯୩୨୨୩ । ଯାହାର ଅଭିଯୋଗ ଅଛି ୯୦୪୦୪୯୩୨ରେ ଜଣାଇ ପାରିବେ । ସ୍ୱଚ୍ଛତାର ସହ ସିପିଏସଇ- ୨୦୨୪ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ।










