ଗଜପତି: ଗଜପତି ଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର ସହ ୨୬ କିଲୋ ଗଞ୍ଜେଇ ଜବତ। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ ମଧ୍ୟପ୍ରଦେଶର ରାଜ୍ୟର ବିକାଶ କାଠୁଆଶ ଓ ରୀତୁ ମିନା । ଏନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଅଡବା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଉକ୍ତ ଗଞ୍ଜେଇ ନଳାଘାଟ ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।










