30.1 C
Bhubaneswar
Sunday, February 8, 2026
Homeଓଡିଶାଡୁପ୍ଲିକେଟ ଡିଟରଜେଣ୍ଟ ତିଆରି କାରଖାନା ଉପରେ ପୋଲିସର ଚଢାଉ

ଡୁପ୍ଲିକେଟ ଡିଟରଜେଣ୍ଟ ତିଆରି କାରଖାନା ଉପରେ ପୋଲିସର ଚଢାଉ

କଟକ: କଟକ ଜଗତପୁରର ଅଣ୍ଡେଇ ସାହି ଅଞ୍ଚଳରେ ପୋଲିସ ଚଢାଉ କରି ଭେଜାଳ ଡିଟରଜେଣ୍ଟ ପାଉଡର ଜବତ କରିଛି। ଏହି ଅଞ୍ଚଳରେ ଏକ ଭଡା ଘରେ ଡୁପ୍ଲିକେଟ ଡିଟରଜେଣ୍ଟ ତିଆରି ପାଇଁ ଏହି ସଂସ୍ଥା ଚାଲୁଥିଲା। ବଜାରରେ ବିକ୍ରି ହେବା ପାଇଁ ପ୍ରସ୍ତୁତ ଲକ୍ଷ ଲକ୍ଷ ନକଲି ଡିଟରଜେଣ୍ଟ ପ୍ୟାକେଟ ଜବତ କରିଛି ପୋଲିସ। ଏହା ସହିତ, ଜଗତପୁର ପୋଲିସ କଞ୍ଚାମାଲ, ରାସାୟନିକ ପଦାର୍ଥ, ମେସିନ ଜବତ କରିଛି। ଅଧିକାରୀମାନେ ଆକଳନ କରିଛନ୍ତି ଯେ ସମ୍ପତ୍ତିର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।

କାରଖାନାକୁ ସିଲ୍ କରାଯାଇଛି। କମ୍ପାନୀର ମାଲିକଙ୍କ ସମେତ ପାଞ୍ଚ ଜଣଙ୍କୁ ପଚରାଉଚରା କରାଯାଉଛି। ଟାଙ୍ଗୀ ଥାନାରେ ନକଲି ଉତ୍ପାଦ ଯୋଗାଣର ଜଣେ ମାଲିକଙ୍କର ଅତୀତରେ ରେକର୍ଡ ରହିଛି ବୋଲି ଚଢାଉ କରୁଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।ପୋଲିସ କମ୍ପାନୀର ଲାଇସେନ୍ସ ସହିତ ଜଡିତ ବାଣିଜ୍ୟ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରୁଛି। ସେହିପରି ଭେଜାଲ ପାଇଁ ମଧ୍ୟ ଯାଞ୍ଚ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking