ବରଗଡ: ବରଗଡର ଜଣେ ସୁନା ଗହଣା ବ୍ୟବସାୟୀ ହେମନ୍ତ ବର୍ମାଙ୍କୁ କୋଲକାତା ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ସୁନା ବ୍ୟବସାୟୀ କୋଲକାତାରୁ ଅନ୍ୟ ଜଣେ ବ୍ୟବସାୟୀଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇ ନଥିବା ପୋଲିସରେ ଅଭିଯୋଗ ହୋଇଥିଲା । ଫଳରେ କୋଲକାତା ପୋଲିସ ଯେଉଁଥିପାଇଁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଏବଂ ବରଗଡରେ ପହଞ୍ଚିଥିଲା। କୋଲକାତା ପୋଲିସ ଏସଆଇ ପ୍ରଶାନ୍ତ କର ଦାସ, ଏସାଇ କବିତା ସାମନ୍ତ ପ୍ରମୁଖ ବରଗଡ ଆସି ସୁନା ବ୍ୟବସାୟୀଙ୍କୁ ଉଠାଇ ନେଇଛି ।









