ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ । ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପି କେ ସୁନ୍ଦର ରାୟ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି। ଦୁହେଁ ଜଣେ ଲୋକଙ୍କଠୁ କେସ ଡାଏରିରୁ ନାଁ ହଟାିବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ଏହାପରେ ଅଭିଯୋଗକାରୀ ଖୋର୍ଦ୍ଧା ଭିଜିଲାନ୍ସଙ୍କ ନିକଟରେ ଏନେଇ ସୂଚନା ଦେଇଥିଲେ।ଏହାପରେ ଯୋଜନାବଦ୍ଧ ଭାବେ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପି କେ ସୁନ୍ଦରାୟଙ୍କୁ ମାଡ଼ିବସିଥିଲେ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।