କନ୍ଧମାଳ: ଜବତ ଗଞ୍ଜେଇ ହେରଫେର ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ । ଏନେଇ ରାଜ୍ୟ ଗୃହ ବିଭାଗ ଏହି ନିଲମ୍ବନ ଆଦେଶ ଜାରି କରିଛି । ବର୍ତ୍ତମାନ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ବିଭାଗ ଆଇଜିଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବେ । ଅଭିଯୋଗ ଅନୁସାରେ , କିଛି ଦିନ ପୂର୍ବରୁ ସଦର ଥାନା ପୋଲିସ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ସେଥିମଧ୍ୟରୁ ୨ କ୍ୱିଣ୍ଟାଲ ଗଞ୍ଜେଇର ହିସାବ ମିଳିନଥିଲା । ସେନେଇ ସମ୍ପୃକ୍ତି ଥିବା ଥାନା ଅଧିକାରୀଙ୍କ ନାଁରେ ସରକାରଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ନିଲମ୍ବିତ ଥାନା ଅଧିକାରୀହ୍କ ନାଁରେ ବିଭାଗୀୟତଦନ୍ତ ଚାଲିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।









