25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶମଞ୍ଚାସୀନ ଓୱୈସୀଙ୍କୁ ପୁଲିସ୍ ନୋଟିସ୍

ମଞ୍ଚାସୀନ ଓୱୈସୀଙ୍କୁ ପୁଲିସ୍ ନୋଟିସ୍

ସୋଲାପୁର: ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓୱୈସୀଙ୍କୁ ମହାରାଷ୍ଟ୍ର ପୁଲିସ୍ ନୋଟିସ୍ ପଠାଇଛି। ସୋଲାପୁର ଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ପାଇଁ  ଯାଇ ମଞ୍ଚ ଉପରେ ବସିଥିବା ବେଳେ ପୁଲିସ୍ ତାଙ୍କୁ ଏହି ନୋଟିସ୍‌କୁ ହାତାହାତି ଦେଇଥିବା ସୂଚନା ମିଳିଛି। ପ୍ରକାଶ, ଆସନ୍ତା ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟିଂ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ଏହି ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ମହାରାଷ୍ଟ୍ର ରାଜନୀତିରେ ମଧ୍ୟ ନିଜ ପ୍ରାର୍ଥୀ ଦେଇଥିବା ଏଆଇଏମ୍‌ଆଇଏମ୍ ସୁପ୍ରିମୋ ଓୱୈସୀଙ୍କୁ ପୁଲିସ ନୋଟିସ୍ ପଠାଇଛି। ରିପୋର୍ଟ ଅନୁସାରେ ଅସାଦୁଦ୍ଦିନ ଓେଓ÷୍ୱସୀ ସୋଲାପୁର କେନ୍ଦ୍ରୀୟ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଫାରୁକ୍ ଶାବଡିଙ୍କ ପ୍ରଚାର ରାଲିରେ ଯୋଗଦେବାକୁ ଆସିଥିଲେ। ଏହି ସମୟରେ ମହାରାଷ୍ଟ୍ର ପୁଲିସ୍ କର୍ମଚାରୀମାନେ ମଞ୍ଚ ଉପରେ ଓୱୈସୀଙ୍କୁ ନୋଟିସ୍ ଦେଇଥିଲେ। ଏହି ନୋଟିସ୍ ଜାରିଆରେ ନିଜ ଭାଷଣରେ କୌଣସି ବି ସମ୍ପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଇବା କିମ୍ବା ହେଟ୍ ସ୍ପିଚ୍ ନ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଏନ୍‌ଏସ୍‌ର ଧାରା ୧୬୮ ଅନୁଯାୟୀ ଓେଓ÷୍ୱସୀଙ୍କୁ ପୁଲିସ ଏହି ନୋଟିସ ଦେଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking