28.1 C
Bhubaneswar
Monday, December 15, 2025
Homeଓଡିଶାଢେଙ୍କାନାଳରେ ପୁଲିସ ଏନ୍‌କାଉଣ୍ଟର୍‌: କୁଖ୍ୟାତ ଅପରାଧୀ ଦେବାଶିଷ ଆହତ

ଢେଙ୍କାନାଳରେ ପୁଲିସ ଏନ୍‌କାଉଣ୍ଟର୍‌: କୁଖ୍ୟାତ ଅପରାଧୀ ଦେବାଶିଷ ଆହତ

ଢେଙ୍କାନାଳ: ଚୋରି, ରାହାଜାନି, ଡକାୟତି ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା କାମାକ୍ଷାନଗର ‘କିଙ୍ଗ୍ ଅଫ୍ ଫରେଷ୍ଟ୍’ ଗ୍ୟାଙ୍ଗ୍‌ର କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ୍ ହଣ୍ଡକୁ ଆଜି ପୁଲିସ ଏନ୍‌କାଉଣ୍ଟର୍ କରିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର କଇଁଆଗଡ଼ାଣି ସାଉଁଳିଆ ଜଙ୍ଗଲ ନିକଟରେ ଭୋର୍‌ରୁ ପୁଲିସ ଏହି ଏନ୍‌କାଉଣ୍ଟର୍ କରିଥିଲା। ପୁଲିସ ଉପରକୁ ଗୁଳି ଚଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସର ପାଲଟା ଗୁଳିରେ ଆହତ ହୋଇଛି ଦେବାଶିଷ। ତାକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଦେବାଶିଷର ସହଯୋଗୀ ଲିପୁନ ସାସମଲ ଚମ୍ପଟ ମାରିଛି।  ପୁଲିସ ସୂଚନା ଅନୁଯାୟୀ, କାମାକ୍ଷାନଗର ଗୋରୁହାଟକୁ ଦେବାଶିଷ ବେହେରାର ବାପା ଗତବର୍ଷ ଦେଢ଼ ଲକ୍ଷ ଟଙ୍କାରେ ନିଲାମ ନେଇଥିଲେ। ଚଳିତବର୍ଷ ‘କିଙ୍ଗ୍ ଅଫ୍ ଫରେଷ୍ଟ’ ଗ୍ୟାଙ୍ଗ୍‌ର ସୁବାସ ଖୁଣ୍ଟିଆର ବାପା ଏହାକୁ ୭ ଲକ୍ଷ ଟଙ୍କାରେ ନିଲାମ ନେଇଛନ୍ତି। ଗୋରୁହାଟ ନିଲାମକୁ ନେଇ ଦେବାଶିଷ ଓ ସୁବାସ ପରସ୍ପରର ବିରୋଧୀ ହୋଇ ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking