ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର ୧୨୫ତମ ପିସୋଡ୍ରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଛନ୍ତି। ଏହା ଏପରି ଏକ ସମୟରେ ପ୍ରସାରିତ ହେଉଛି ଯେତେବେଳେ ଦେଶ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ସମସ୍ୟାର ସମ୍ମୁଖୀନ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣର ଆରମ୍ଭରେ ପ୍ରାକୃତିକ ବିପର୍ଯ୍ୟୟର କଥା ଉଲ୍ଲେଖ କରି ବଡ଼ ପରିମାଣରେ ଜୀବନ ଏବଂ ସମ୍ପତ୍ତି କ୍ଷତି ପାଇଁ ଦୁଃଖ ପ୍ରକାଶ କରିଥିଲେ। ଏହି ସମୟରେ ଓଡିଆ ଝିଅ ରଶ୍ମିତା ସାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତ୍ ଜରିଆରେ କନୋଇଂ ଖେଳାଳି ରଶ୍ମିତା ସାହୁଙ୍କ ସହ କଥା ହେଲେ । ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଶରେ ଭାଗ ନେଇଥିବା ରଶ୍ମିତାଙ୍କ ପ୍ରଶଂସା କଲେ । ନୌଚାଳନାରେ ଭାଗ ନେଇଥିବା ରଶ୍ମିତାଙ୍କୁ ୨ଟି ସ୍ୱର୍ଣ୍ଣ ପଦକ ପାଇଁ ବଧାଇ ଜଣାଇଲେ । କିପରି କ୍ରୀଡା ଜୀବନ ଆରମ୍ଭ କଲେ, କଣ ସଂଘର୍ଷ ଥିଲା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ।










