26.1 C
Bhubaneswar
Wednesday, March 25, 2026
Homeଓଡିଶାଅପରେସନ ସିନ୍ଦୁର” ନାମରେ ବାଃ ବାଃ ନେବା ବନ୍ଦ କରନ୍ତୁ ପ୍ରଧାନମନ୍ତ୍ରୀ : ଛାତ୍ର କଂଗ୍ରେସ

ଅପରେସନ ସିନ୍ଦୁର” ନାମରେ ବାଃ ବାଃ ନେବା ବନ୍ଦ କରନ୍ତୁ ପ୍ରଧାନମନ୍ତ୍ରୀ : ଛାତ୍ର କଂଗ୍ରେସ

ଭୁବନେଶ୍ୱର: ପହଲଗାମ ଠାରେ ସାଧାରଣ ନାଗରିକମାନଙ୍କୁ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ବର୍ବରିତ ହତ୍ୟାକାଣ୍ଡ ବିରୁଦ୍ଧରେ ଭାରତୀୟ ସେନା “ଅପରେସନ ସିନ୍ଦୁର” ଆରମ୍ଭ କରିଥିଲା ଏବଂ ପାକିସ୍ତାନକୁ ଉଚିତ ଜବାବ ମଧ୍ଯ ଦେଇଥିଲା । ଏହାର ଶ୍ରେୟ ସଂପୂର୍ଣ ଭାବେ ଭାରତୀୟ ସେନାକୁ ଯାଉଛି ବୋଲି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦ୍ଦିତ ପ୍ରଧାନ ଜଣାଇଛନ୍ତି । ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଯବାନମାନେ ନିଜର ପରାକାଷ୍ଠା ଦେଖାଇ ଯେଉଁଭଳି ଭାବରେ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ସଂଗ୍ରାମ କଲେ ଏହା ଭାରତୀୟ ଇତିହାସରେ ଉଲ୍ଲେଖଯୋଗ୍ୟ କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁଭଳି ଭାବରେ “ଅପରେସନ ସିନ୍ଦୁର”କୁ ନେଇ ରାଜନୀତି କରିବା ପାଇଁ ଚେଷ୍ଟା କରୁଛନ୍ତି ଏହା ଅତ୍ୟନ୍ତ ଦୁଃଖଦାୟକ ।

ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଶ୍ରେୟ ଦେବା ପାଇଁ ଭାରତ ବର୍ଷର ବିଭିନ୍ନ ପେଟ୍ରୋଲ ପମ୍ପ ମାନଙ୍କରେ ନିଜର ଫଟୋ ସହ “ଅପରେସନ ସିନ୍ଦୁର”ର ଶ୍ରେୟ ନେବା ପାଇଁ ଚାହୁଁଛନ୍ତି। ଏହାକୁ ବିରୋଧ କରି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ପ୍ରଧାନ ପେଟ୍ରୋଲ ପମ୍ପ ମାନଙ୍କରେ ମୋଦୀଙ୍କ ଫଟୋ ଉପରେ ସହିଦ ମାନଙ୍କର ଫଟୋ ଲଗାଇବା ସହ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଭାରତୀୟ ସେନାକୁ ସମ୍ମାନ ଦିଅନ୍ତୁ ବୋଲି। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ସୁଦିପ ସାମଲ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସାହାରୁଖ୍ ଖାନା, ସ୍ପନ୍ଦନ ସ୍ବାଇଁ ଓ ଆଦିତ୍ୟ ଅଂଶୁମାନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking