21.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶ'ବନ୍ଦେ ମାତରମ୍‌' ୧୫୦ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ

‘ବନ୍ଦେ ମାତରମ୍‌’ ୧୫୦ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ର ଆରାଧନା ଓ ଦେଶପ୍ରୀତିର ଗାଥା କହୁଥିବା ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’କୁ ୧୫୦ ବର୍ଷ ପୂରିଛି । ୧୮୭୬ଠାରୁ ଭାରତୀୟଙ୍କ ମଧ୍ୟରେ ‘ବନ୍ଦେ ମାତରମ୍‌’ ଦେଶପ୍ରେମ ଓ ଜାତୀୟ ଚେତନା ସୃଷ୍ଟି କରି ଆସୁଛି । ‘ବନ୍ଦେ ମାତରମ୍‌’କୁ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳୁଛି ଭାରତ । ଦିଲ୍ଲୀ ଇନ୍ଦାରା ଗାନ୍ଧୀ ଇନ୍ଦୋର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ୟ୍ୟକ୍ରରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର ୭ ତାରିଖ ଆମ ପାଇଁ ଐତିହାସିକ । ଆଜି ଆମେ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷର ମହାଉତ୍ସବ ପାଳନ କରୁଛେ । ଏହି ପୂଣ୍ୟ ଅବସର ଆମକୁ ନୂଆ ପ୍ରେରଣା ଦେବ । କୋଟି କୋଟି ଦେଶବାସୀଙ୍କୁ ନୂଆ ଉର୍ଜାରେ ଭରି ଦେବ । ଜାତୀୟ ସଙ୍ଗୀତ ଗାନ କରିବା ସହିତ ସମ୍ବୋଧନରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

​​​​​​​’ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ” ‘ବନ୍ଦେ ମାତରମ୍‌’ର ମୂଳ ଭାବ ହେଉଛି ଭାରତ, ମା’ ଭାରତୀ । ଭାରତର ଶାସ୍ୱତ୍ତ ସଂକଳ୍ପ ଏକ ରାଷ୍ଟ୍ର ରୂପରେ ଯୁଗ ଯୁଗରେ ଅଲଗା ଅଲଗା ରାଷ୍ଟ୍ରର ନିର୍ମାଣ, ନୂଆ ସଭ୍ୟତାର ବିକାଶ, ଶୂନ୍ୟରୁ ଶିଖର ଯାଏ ଯାତ୍ରାର ଇତିହାସରେ ଦୁନିଆରେ ବଦଳୁଥିବା ଭୂଗୋଳ ଭାରତ ସବୁ କିଛି ଦେଖିଛି । ଭାରତର ଧାରଣା ହେଉଛି, ଏହାର ପଛରେ ଥିବା ଆଦର୍ଶଗତ ଶକ୍ତି । ସ୍ୱାଧୀନ ଅସ୍ତିତ୍ୱର ଭାବନା । ହୃଦୟର ଗଭୀରତା ଏବଂ ଭାବନାର ଅସୀମତାରୁ “ବନ୍ଦେ ମାତରମ୍” ଭଳି ଏକ ରଚନା ଉଭା ହୁଏ । ଦାସତ୍ୱର ସମୟରେ, “ବନ୍ଦେ ମାତରମ୍” ଏହି ସଂକଳ୍ପର ଘୋଷଣା ହୋଇଗଲା । ସେହି ଘୋଷଣା ଭାରତର ସ୍ୱାଧୀନତାର ଥିଲା । ଭାରତମାତାଙ୍କ ହାତରେ ଦାସତ୍ୱର ଶୃଙ୍ଖଳ ଭାଙ୍ଗିଯିବ । ତାଙ୍କ ସନ୍ତାନମାନେ ସେମାନଙ୍କର ଭାଗ୍ୟର ଭାଗ୍ୟ ବିଧାତା ନିର୍ମାତା ହେବେ ।”

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ” ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଥରେ କହିଥିଲେ ଯେ, ବଙ୍କିମ ଚନ୍ଦ୍ରଙ୍କ ‘ଆନନ୍ଦମଠ’ କେବଳ ଏକ ଉପନ୍ୟାସ ନୁହେଁ। ଏହା ଏକ ସ୍ୱାଧୀନ ଭାରତର ସ୍ୱପ୍ନ । ବଙ୍କିମ ବାବୁଙ୍କ ଦ୍ୱାରା ଲିଖିତ ପ୍ରତ୍ୟେକ ଶବ୍ଦର ଗଭୀର ଅର୍ଥ ଥିଲା । ଏହି ଗୀତଟି ଦାସତ୍ୱ ସମୟରେ ସୃଷ୍ଟି ହୋଇଥିଲା, କିନ୍ତୁ ଏହା କେବଳ ସେହି ସମୟରେ ସୀମିତ ନୁହେଁ । “ବନ୍ଦେ ଭାରତ” ଗୀତ ପ୍ରତ୍ୟେକ ଯୁଗରେ ପ୍ରାସଙ୍ଗିକ । କିଛି ଶତାବ୍ଦୀ ପୂର୍ବରୁ ବିଶ୍ୱ ଏଊଚର ଏକ ଚତୁର୍ଥାଂଶ ଅଂଶ ଭାରତ ପାଖରେ ଥିଲା । ଯେତେବେଳେ ବଙ୍କିମ ବାବୁ “ବନ୍ଦେ ମାତରମ୍” ରଚନା କରିଥିଲେ, ସେତେବେଳେ ଭାରତ ତା’ର ସୁବର୍ଣ୍ଣ ଯୁଗରୁ ବହୁତ ଦୂରରେ ଥିଲା । ବିଦେଶୀ ଆକ୍ରମଣକାରୀ, ସେମାନଙ୍କର ଆକ୍ରମଣ ଏବଂ ବ୍ରିଟିଶଙ୍କ ଶୋଷଣ ନୀତି ଆମ ଦେଶକୁ ଦାରିଦ୍ର୍ୟ ଏବଂ ଅନାହାର କବଳରେ ପକାଇ ଦେଇଥିଲା । ସେହି ଭୟଙ୍କର ପରିସ୍ଥିତିରେ ମଧ୍ୟ, ବଙ୍କିମ ବାବୁ ଏକ ସମୃଦ୍ଧ ଭାରତ ପାଇଁ ଆହ୍ୱାନ ଦେଇଥିଲେ । କାରଣ ସେ ବିଶ୍ୱାସ କରୁଥିଲେ ଯେ, ଯେତେ ଅସୁବିଧା ହେଉନା କାହିଁକି, ଭାରତ ତା’ର ସୁବର୍ଣ୍ଣ ଯୁଗକୁ ପୁନର୍ଜୀବିତ କରିପାରିବ । ସେଥିପାଇଁ ସେ “ବନ୍ଦେ ମାତରମ୍” ପାଇଁ ଆହ୍ୱାନ ଦେଇଥିଲେ । ସେହି ଦାସତ୍ୱର ସମୟରେ, ବ୍ରିଟିଶମାନେ ଭାରତକୁ ହୀନ ଏବଂ ପଛୁଆ ଭାବରେ ଚିତ୍ରଣ କରି ସେମାନଙ୍କର ଶାସନକୁ ଯଥାର୍ଥ କରିଥିଲେ । ପ୍ରଥମ ପଂକ୍ତି (ସୁଜଲାମ୍, ସୁଫଲାମ୍) ସେହି ପ୍ରଚାରକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଥିଲା । “ବନ୍ଦେ ମାତରମ୍” କେବଳ ସ୍ୱାଧୀନତାର ଗୀତ ହୋଇନଥିଲା, ବରଂ ଏକ ସ୍ୱାଧୀନ ଭାରତ କିପରି ହେବ ତାହାର ସେହି ସମୃଦ୍ଧ, ଫଳପ୍ରଦ ସ୍ୱପ୍ନ ମଧ୍ୟ ଉପସ୍ଥାପନ କରିଥିଲା । ଭାରତ ମାଟିରେ ସୁନା ଫଳାଇବା ଶକ୍ତି ଅଛି । ”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking