17.1 C
Bhubaneswar
Sunday, February 8, 2026
Homeଓଡିଶାଓଡ଼ିଶାରେ ପହଞ୍ଚିଲେ ଭାରତ-ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ଖେଳାଳି

ଓଡ଼ିଶାରେ ପହଞ୍ଚିଲେ ଭାରତ-ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ଖେଳାଳି

ଭୁବନେଶ୍ୱର: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳର ଖେଳାଳି ସ୍ୱତନ୍ତ୍ର ବିମାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଦଳୀୟ ହୋଟେଲକୁ ନିଆଯାଉଛି। ଏଥିଲାଗି ପୂର୍ବରୁ କମିସନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ କରାଯାଇଛି। ମକ୍ ଡ୍ରିଲ୍ ସହ କାର୍ କେଡ୍ରେ ଦୁଇ ଦଳର ବସ୍କୁ ନିଆଯିବାର ରିହରସାଲ୍ କରାଯାଇଛି। ବିମାନବନ୍ଦର ଠାରୁ ମେ’ ଫେୟାର ହୋଟେଲ ପର୍ଯ୍ୟନ୍ତ ପ୍ରମୁଖ ସ୍ଥାନରେ ?କ୍ରୀଡ଼ାପ୍ରେମୀଙ୍କର ଭିଡ଼ ରହିଛି। ଭାରତୀୟ ଖେଳାଳିଙ୍କୁ ଦେଖିବା ପାଇଁ ଓଡ଼ିଶାର ଯୁବପିଢ଼ିଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଖେଳାଳିମାନଙ୍କୁ କମିସନରେଟ୍ ପୁଲିସ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବ।

ଶନିବାରଠାରୁ ସୋମବାର ଖେଳାଳିମାନେ ବାହୁଡ଼ିବା ପର୍ଯ୍ୟନ୍ତ ହୋଟେଲ ବାହାରେ କଡ଼ା ପହରା ବ୍ୟବସ୍ଥା କରାଯିବ। ସେହିଭଳି ଶୁକ୍ରବାର ଖେଳାଳିମାନେ ବିଶ୍ରାମ ନେବା ପରେ ଶନିବାର କଟକ ଯାଇ ବାରବାଟୀରେ ଅଭ୍ୟାସ କରିବେ। ଇଂଲଣ୍ଡ ଖେଳାଳିମାନେ ଅପରାହ୍ଣ ୧ରୁ ୪ ଏବଂ ଭାରତୀୟ ଦଳ ୪ରୁ ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ। ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ଦଳୀୟ ହୋଟେଲକୁ ଫେରିବେ। ରବିବାର କଟକ ଯାଇ ମ୍ୟାଚ୍ ଖେଳିବେ। ସେହିଦିନ ଭୁବନେଶ୍ୱରରେ ରହି ପରଦିନ ତୃତୀୟ ତଥା ଶେଷ ମ୍ୟାଚ୍ ଖେଳିବା ଲାଗି ଗୁଜରାଟର ଅହମଦାବାଦ ଯାତ୍ରା କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking