30.1 C
Bhubaneswar
Thursday, March 19, 2026
Homeଓଡିଶାଭୁବନେଶ୍ୱର ଗାଡକଣରେ ନବନିର୍ମିତ ଆୟକର ବାସଗୃହ ପରିସରରେ ଉନ୍ମୋଚିତ ଫଳକ ଉଭାନ ଅଘଟଣ

ଭୁବନେଶ୍ୱର ଗାଡକଣରେ ନବନିର୍ମିତ ଆୟକର ବାସଗୃହ ପରିସରରେ ଉନ୍ମୋଚିତ ଫଳକ ଉଭାନ ଅଘଟଣ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କେନ୍ଦ୍ରସରକାରଙ୍କ ଆୟକର ବିଭାଗର କର୍ମଚାରୀ ଏବଂ ଅଧିକାରୀମାନଙ୍କ ପାଇଁ ନବନିର୍ମିତ ‘ଏକାମ୍ର ଆୟକର ଆବାସ’ ନାମିତ ସରକାରୀ ବାସଗୃହ ଅତିଥି ଭବନ ଏବଂ କମ୍ୟୁନିଟି ସେଣ୍ଟର ଗାଡକଣ ଛକ ସ୍ଥିତ ଗୁରୁ କେଳୁଚରଣ ପାର୍କ ସାମ୍ନାରେ ୮ ଏକର ଜାଗାରେ ୨୦୨୦ ନଭେମ୍ବର ମାସରେ ଆରମ୍ଭ ହୋଇ ୨୦୨୪ ମସିହା ମାର୍ଚ୍ଚ ମାସ ୧୧ ତାରିଖରେ ଓଡିଶାର ତତତ୍କାଳୀନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ମୋରା ଭୁପାଲ ରେଡ୍ଡିଙ୍କ ପୌରହିତ୍ୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ(ସବସିଡି)ର ତତତ୍କାଳୀନ ଅଧ୍ୟକ୍ଷ ଶ୍ରୀ ନିତିନ ଗୁପ୍ତାଙ୍କ କରକମଳରେ ଉଦ୍‌ଘାଟିତ ହୋଇ ଗ୍ରାନାଇଟ୍ ଉନ୍ମୋଚନ ଫଳକ ସ୍ଥପିତ ହୋଇଥିଲା । ଏହି ଉତ୍ସବରେ ଆୟକର ବିଭାଗର କର୍ମଚାରୀ, ଅଧିକାରୀ, ଓକିଲ, ଚାଟାର୍ଡ ଆକାଉଣ୍ଟେଣ୍ଟ , ଗଣମାଧ୍ୟମର ପ୍ରତିନିଧି ଏବଂ ବିଭାଗର ଅନେକ ସେବାନିବୃତ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଏଥିରେ ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ତତ୍କାଳୀନ ବିହାର, ଝାଡଖଣ୍ଡ, ଏବଂ ପଶ୍ଚିମବଙ୍ଗର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଦିଲ୍ଲୀସ୍ଥିତ ଆୟକର ଆସେସ୍‌ମେଣ୍ଟ ଏବଂ ଅପିଲ ବିଭାଗର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଦେବେନ୍ଦ୍ର ନାରାୟଣ କର ଓ ଦିଲ୍ଲୀ ସ୍ଥିତ ଆନ୍ତର୍ଜାତୀୟ କର ବିଭାଗର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ସୀମାଞ୍ଚଳ ଦାଶ ଉପସ୍ଥିତ ଥିଲେ । ଏହା ସେ ସମୟରେ ସମସ୍ତ ଓଡିଆ ଏବଂ ଇଂରାଜୀ ଖବରକାଗଜରେ ବହୁଳ ଭାବରେ ପ୍ରକାଶିତ ହୋଇଥିଲା ।

ଏହା ପୂର୍ବରୁ ୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଓଡିଶାର ତତ୍କାଳୀନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପ୍ରଣବ କୁମାର ଦାସଙ୍କ ଦ୍ୱାରା ଏହି ଯୋଜନାର ଶିଳାନ୍ୟାସ କରାଯାଇଥିଲା । ଏଥିରେ  ମଧ୍ୟ ଗ୍ରାନାଇଟ୍ ପ୍ରସ୍ତରରେ ଖୋଦିତ ଫଳକ ସ୍ଥାପିତ ହୋଇଥିଲା । ଏବଂ ସେ ସମୟରେ ବହୁ ଓଡିଆ ଏବଂ ଇଂରାଜୀ ଖବରକାଗଜରେ ପ୍ରକାଶିତ ହୋଇଥିଲା । ମାତ୍ର ଅତ୍ୟନ୍ତ ଦୁଃଖ, ପରିତାପ ଏବଂ ଅଶ୍ଚର୍ଯ୍ୟର ବିଷୟ ଯେ ଅଗଷ୍ଟ ୪ ତାରିଖରେ ପୂର୍ବରୁ ଯୋଜନାର ଶିଳାନ୍ୟାସ କରାଯାଇଥିବା ସ୍ଥାନରେ ବର୍ତ୍ତମାନର ପ୍ରଧାନ ଆୟକର ଆୟୁକ୍ତଙ୍କ ଦ୍ୱାରା ‘ଗୃହ ପ୍ରବେଶ’ ନାମରେ ଏକ ଖୋଦିତ ପ୍ରସ୍ତର ଶିଳା ଉଦଘାଟିତ ହୋଇଯାଇଛି । ଏହି ଫଳକରେ ଭୁବନେଶ୍ୱର ମହାନିଗମ କମିଶନରଙ୍କ ଉପସ୍ଥିତିରେ କରାଯାଇଛି ବୋଲି ଖୋଦିତ ହୋଇଛି ଯେକି ଏହି ଉତ୍ସବରେ ଅନୁପସ୍ଥିତ ଥିଲେ । ଏହି ଉଦଘାଟନ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଛି । ମାତ୍ର ପୁରୁଣା ଶିଳାନ୍ୟାସ ଏବଂ ଉଦ୍‌ଘାଟନ ଉତ୍ସବର ୨ଟି ଯାକ ପ୍ରସ୍ତର ଫଳକ ଅଶ୍ଚର୍ଯ୍ୟଜନକ ଭାବରେ ଉଭାନ ହୋଇଯାଇଛି ଏବଂ କେଉଁଠାରେ ଦେଖିବାକୁ ମକ୍ଟଳରନାହିଁ । ଏହି ଘଟଣା ପାଇଁ ଆୟକର ବିଭାଗର ଅନେକ ବରିଷ୍ଠ ସେବାନିବୃତ୍ତ ଏବଂ ସେବାରତ ଅଧିକାରୀ ଓ କର୍ମଚାରୀ, ବୁଦ୍ଧିଜୀବୀ ଏବଂ ଜନସାଧାରଣ ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking