24.1 C
Bhubaneswar
Tuesday, March 3, 2026
Homeଓଡିଶାବସ୍ତିବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ପାଇଁ ଯୋଜନା

ବସ୍ତିବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ପାଇଁ ଯୋଜନା

ଭୁବନେଶ୍ୱର:  ଓଡିଶାର ସହରାଞ୍ଚଳରେ ପ୍ରାୟ ୮୦ ଲକ୍ଷ ଲୋକ ରହୁଛନ୍ତି। ଏଥିରୁ ପ୍ରାୟ ୨୫ ପ୍ରତିଶତ ଲୋକ ବସ୍ତି ଅଞ୍ଚଳରେ ରହୁଛନ୍ତି । ସହରରେ ରହିଲେ ମଧ୍ୟ ଅଧିକାଂଶ ଲୋକଙ୍କ ପାଖରେ ଭଲ ଘର କିମ୍ବା ଅନ୍ୟାନ୍ୟ ମୌଳିକ ସୁବିଧା ନାହିଁ। ତେଣୁ ସେମାନେ ଯେପରି ଉନ୍ନତି ଜୀବନଶୈଳୀ ସହିତ ନିଜର ଜୀବିକା ନିର୍ବାହ କରିପାରିବେ, ସେ ସଂପର୍କରେ ଯୋଜନା ପ୍ରସ୍ତୁତ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବ ଆରୋପ କରିଛନ୍ତି । ଆଜି ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ବସ୍ତିବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀର ବିକାଶ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଏକ ଉପସ୍ଥାପନା ରଖିଥିଲେ ।

ଏଥିରେ ରାଜ୍ୟର ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇଦେବା ପାଇଁ ଜମି ବ୍ୟାଙ୍କ ସୃଷ୍ଟି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା । ଘର ସହିତ ସଡକ, ବିଜୁଳି, ପାଣି, ଅଙ୍ଗନବାଡୀ କେନ୍ଦ୍ର, ସ୍କୁଲ, ପାର୍କ, ଖୋଲାସ୍ଥାନ ଇତ୍ୟାଦି ସମସ୍ତ ମୌଳିକ ଓ ଅନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ବସ୍ତି ଅଞ୍ଚଳ ଗୁଡିକ ଯେପରି ଆଦର୍ଶ ଆବାସିକ ଅଞ୍ଚଳ ଭାବେ ଗଢି ଉଠିବ ଏବଂ ସହରର ନାଗରିକ ଭାବରେ ସେମାନେ ଯେପରି ସମ୍ମାନର ସହ ସମସ୍ତ ମୌଳିକ ସୁବିଧା ହାସଲ କରିପାରିବେ, ସେଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ବିଡିଏର ଉପାଧ୍ୟକ୍ଷ ଏନ୍‌. ଥିରୁମାଲା ନାୟକ ଏବଂ ବିଏମ୍‌ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking