ନୂଆଦିଲ୍ଲୀ: ବଡ ଦୁର୍ଘଟଣାରୁ ବର୍ତ୍ତିଲା ବିମାନ । ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ ବେଳେ ବିମାନ ଚକାରୁ ଧୁଆଁ ବାହାରିଥିଲା । ସାଉଦି ଏୟାର ଲାଇନ୍ସ ବିମାନ ଏସଭି – ୩୧୧୨ ଜଣ ହଜ ଯାତ୍ରୀଙ୍କୁ ନେଇ ଆସିଥିଲା । ବିମାନ ଏୟଆର ପୋର୍ଟରେ ଅବତରଣ ବେଳେ ହଠାତ ନିଆଁ ଝୁଲ ଓ ଧୂଆଁ ବଆହାରୁଥିବାର ଦେଖିବାକୁ ମିଳିଥିଲା । କୌଣସି ଯାନ୍ତ୍ରିକ ତ୍ରୁଟି ଅଘଟଣ ଘଟିଥିବା ଜଣାପଡିଛି । ପାଇଲଟ ଓ ବିମାନ ବନ୍ଦର ଅଧିକାରୀଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ତୁରନ୍ତ ବିମାନ ବିମାନରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଘଟଣା ଜଣାପଡିବା ପରେ ସଙ୍ଗେ ସଙ୍ଗେ ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।