ନୂଆଦିଲ୍ଲୀ: କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନଟି ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ନାଗପୁରରେ ଜରୁରୀ ଅବତରଣ କରିଥିଲା । ମଙ୍ଗଳବାର ସକାଳେ ମଝି ଆକାଶରେ ପକ୍ଷୀ ଧକ୍କା ହୋଇଥିବା ନେଇ ସନ୍ଦେହରେ ବିମାଟି ଜରୁରୀ ଅବତରଣ କରିଛି ବୋଲି ଅଧିକାରୀ କହିଛନ୍ତି । ବିମାନରେ ପାଖାପାଖି ୧୬୫ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି । ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି ବିମାନ ଉଡାଣ ଏନେଇ ବାତିଲ କରାଯାଇଛି । ଇଣ୍ଡିଗୋର ମୁଖପାତ୍ର କହିଛନ୍ତି, ନାଗପୁରରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ୬ଇ ୮୧୨ ଉଡାଣ ଭରିବା ପରେ ହଠାତ ପକ୍ଷୀ ଧକ୍କା ଖାଇବାରେ ସମ୍ମୁଖୀନ ହୋଇଥିଲା । ତେଣୁ ବିମାନଟି ଜରୁରୀ ଅବତରଣ କରିବାକୁ ପଡିଥିଲା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଯାଇଛି । ଆଜି ପାଇଁ ଉଡାଣକୁ ବାତିଲ କରାଯାଇଛି ।










