27.1 C
Bhubaneswar
Saturday, February 28, 2026
Homeଦେଶ ବିଦେଶବୋଲଭିଆରେ ବିମାନ ଦୁର୍ଘଟଣା: ୧୫ ମୃତ

ବୋଲଭିଆରେ ବିମାନ ଦୁର୍ଘଟଣା: ୧୫ ମୃତ

ନୂଆଦିଲ୍ଲୀ: ବୋଲଭିଆରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଛନ୍ତି । ଲାପାଜ ନିକଟରେ ବିମାନ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଖରାପ ପାଗ ଯୋଗୁଁ ବିମାନ ଉଡାଣରେ ସମସ୍ୟା ଦେଖାଦେଇଥିଲା ।  ଗୋଟିଏ ରାସ୍ତା ଉପରେ ବିମାନ ଖସିପଡିଥିଲା । ଘଟଣାସ୍ଥଳରେ ଉଦ୍ଧାର ବାହିନୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁସାରେ ବିମାନ ଉଡାଣ ସମୟରେ ପାଗ ଖରାପ ଥିବାରୁ ପାଇଲଟଙ୍କୁ ନିୟନ୍ତ୍ରଣ ରଖିବାରେ ସମସ୍ୟା ହୋଇଥିଲା । ଫଳରେ ବିମାନଟି ହଠାତ ଏକ ରାସ୍ତା ଉପରେ ଖସିପଡିଥିଲା । ଦୁର୍ଘଟଣା ସମୟରେ ରାସ୍ତାରେ ଯାଉଥିବା କିଛି ଗାଡି ମଧ୍ୟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଆପତକାଳୀନ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିବା ବେଳେ ସମସ୍ତ ଉଡାଣ ସେବା ଅସ୍ଥାୟୀ ଭାବେ ପ୍ରଭାବିତ ହୋଇଛି । ପ୍ରାଥମିକ ତଦନ୍ତରୁ ଖରାପ ପାଗ ଏବଂ ଦୃଶ୍ୟମାନ୍ୟତା କମ ଥିବାରୁ ଦୁର୍ଘଟଣାର ମୁଖ୍ୟ କାରଣ ଭାବେ ଧରାଯାଉଥିବା ବେଳେ ବିମାନ ଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଘଟଣାର ସମ୍ପୁର୍ଣ୍ଣ ତଦନ୍ତ ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking