ରାଉରକେଲା: ରାଉରକେଲାରେ ବିମାନ କ୍ରାସ୍ ଘଟଣା । ଦୁର୍ଘଟଣାସ୍ଥଳରେ ଡିଜିସିଏ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେମିତି ହେଲା ଦୁର୍ଘଟଣା, କାହିଁକି କରାଗଲା ଫୋର୍ସ ଲ୍ୟାଣ୍ଡିଂ ସେନେଇ ତଦନ୍ତ କରୁଛି ଡିଜିସିଏ । ବରିଷ୍ଠ ଅଧିକାରୀଙ୍କ ସହ ପରିବହନ ସଚିବ ଉଷା ପାଢୀଙ୍କ ଆଲୋଚନା । ୨ ଜଣିଆ ଡାକ୍ତରୀ ଟିମ୍ ମଧ୍ୟ ରାଉରକେଲାରେ ପହଞ୍ଚିଛନ୍ତି । ଚାଲିଛି ବିମାନ କ୍ରାସ୍କୁ ନେଇ ଜେରଦାର ତଦନ୍ତ । ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଇଣ୍ଡିଆ – ୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨ ପାଇଲଟ ସହ ୪ ଜଣ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୨ ଜଣଙ୍କୁ ଆଜି ଏୟାରଲିଫ୍ଟ କରାଯାଇଛି । ବାକି ୪ ଜଣ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଚାଲିଛି । ଏହି ଦୁର୍ଘଟଣା ନେଇ ନିର୍ଦ୍ଦେଶିକ ପ୍ରସନ୍ନ ପ୍ରଧାନ ଗତକାଲି ସୂଚନା ଦେଇଥିଲେ ଯେ ଏହି ବିମାନ ଦୁର୍ଘଟଣା କ୍ରାସ୍ ଲ୍ୟାଣ୍ଡିଂ ନୁହେଁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି । ଇଞ୍ଜିନ୍ରେ ତ୍ରୁଟି ଥାଇପାରେ, ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ କରାଯାଇଛି । ଅବତରଣ ୧୫ ମିନିଟ୍ ପୂର୍ବରୁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି ।









