ନୂଆଦିଲ୍ଲୀ: ଶନିବାର ଦିନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୦ ରେ ପହଞ୍ଚିଛି। ଅହମଦାବାଦରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଭାବରେ ପୋଡ଼ିଯାଇଥିବା ମୃତଦେହ ହସ୍ତାନ୍ତରରେ ବିଳମ୍ବ ଯୋଗୁଁ ପରିବାରବର୍ଗମାନେ ଅଧିକ ବିବ୍ରତ ହେଉଛନ୍ତି । ଗୁରୁବାର ଦିନ ୨୪୨ ଜଣ ଯାତ୍ରୀଙ୍କୁ ନେଇ ବ୍ରିଟେନର ଗାଟୱିକ୍ ବିମାନବନ୍ଦର ଅଭିମୁଖେ ଯାଉଥିବା ବୋଇଂ ୭୮୭-୮ ଡ୍ରିମଲାଇନର ବିମାନଟି ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚିଛି ଫରେନ୍ସିକ୍ ଟିମ୍ ଓ ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ଟିମ୍। ବିମାନ ଦୁର୍ଘଟଣାସ୍ଥଳରେ ଏହି ଦୁଇ ତଦନ୍ତକାରୀ ସଂସ୍ଥାର ସହ ଏନଏସଜି, ଏନଡିଆରଏଫ୍ , ବାୟୁସେନା,ଏଫଏସଏସ, ଅଗ୍ନିଶମ ଟିମ୍ ଉପସ୍ଥିତ ଅଛନ୍ତି ।