ରାଉରକେଲା: ରାଉରକେଲା ବିମାନ କ୍ରାସ୍ ଦୁର୍ଘଟଣା । ୨ ଆହତ ମୁମ୍ବାଇ ଏୟାରଲିଫ୍ଟ ହୋଇଛନ୍ତି । ସ୍ୱଇଚ୍ଛାରେ ମୁମ୍ବାଇ ଏୟାର ଲିଫ୍ଟ ହୋଇଥିବା କହିଛନ୍ତି ପରିବହନ ସଚିବ ଉଷା ପାଢୀ । ଏହା ସହ ସେ କହିଛନ୍ତି ଯେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, ବିପଦ ମୁକ୍ତ ଅଛନ୍ତି । ଏବେ ଜେପି ହସ୍ପପିଟାଲରେ ୨ ଯାତ୍ରୀ ଓ ୨ ପାଇଲଟ୍ ଚିକିତ୍ସାଧୀନ ଅଛନ୍ତି । ଜଣେ ଯାତ୍ରୀ ଗୁରୁତର ଅଛନ୍ତି, ଅନ୍ୟ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ରାଜ୍ୟ ସରକାର ସବୁ ପ୍ରକାର ସହାୟତା ପାଇଁ ପ୍ରସ୍ତୁତ ଅଛନ୍ତି । ଯଦି ଦରକାର ପଡେ ଅନ୍ୟ ଚିକିତ୍ସାଧୀନଙ୍କୁ ଏୟାରଲିଫ୍ଟ କରାଯିବ । ଏହା ସହ ସେ କହିଛନ୍ତି ଯେ ଦୁର୍ଘଟଣା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି । ଆହତଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ୨ ଜଣିଆ ଡାକ୍ତରୀ ଟିମ୍ ମେଡିକାଲ୍କୁ ଯାଇଛନ୍ତି । ଏରିଏଲ୍ ସର୍ଭେ କରିଛନ୍ତି ଡିଜିସିଏ ଚିମ୍ ।









