18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶପରଲୋକରେ ପୀୟୁଷ ପାଣ୍ଡେ

ପରଲୋକରେ ପୀୟୁଷ ପାଣ୍ଡେ

ନୂଆଦିଲ୍ଲୀ: ପରଲୋକରେ ପୀୟୁଷ ପାଣ୍ଡେ । ବିଜ୍ଞାପନ ମାଇଷ୍ଟ୍ରୋ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କ ଦେହାନ୍ତ ହୋଇଛି । ୭୦ ବର୍ଷ ବୟସରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ବିଜ୍ଞାପନ ଯୋଗାଯୋଗ ଜଗତରେ ଗିରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ପୀୟୁଷ ୨୭ ବର୍ଷ ବୟସରେ ବିଜ୍ଞାପନ ଜଗତରେ ପ୍ରବେଶ କରିଥିଲେ। ସେ ତାଙ୍କ ଭାଇ ପ୍ରସୂନ ପାଣ୍ଡେଙ୍କ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଉଭୟ ଭାଇ ରେଡିଓ ଜିଙ୍ଗଲ୍ସରେ କଣ୍ଠସ୍ୱର ଦେଇଥିଲେ। ୧୯୮୨ ମସିହାରେ, ସେ ବିଜ୍ଞାପନ ସଂସ୍ଥା ଓଗିଲଭିରେ ଯୋଗ ଦେଇଥିଲେ। ୧୯୯୪ ମସିହାରେ, ସେ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀରେ ନିଯୁକ୍ତ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking