26.1 C
Bhubaneswar
Thursday, March 26, 2026
Homeଓଡିଶାପୀତବାସ ପଣ୍ଡାଙ୍କୁ ହତ୍ୟା: ଆଜି ୮ ଜଣଙ୍କ ଟିଆଇ ପରେଡ

ପୀତବାସ ପଣ୍ଡାଙ୍କୁ ହତ୍ୟା: ଆଜି ୮ ଜଣଙ୍କ ଟିଆଇ ପରେଡ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ଟିଆଇ ପରେଡ ପାଇଁ ଆବେଦନ କରିଛି ପୋଲିସ । ଆଜି ଏସଡିଜେଏମ କୋର୍ଟରେ ଏହି ମାମଲାର ଶୁଣାଣି ରହିଛି । ମାମଲାର ତଦନ୍ତକାରୀ ଅଧିକାରୀ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଏନେଇ କର୍ଟରେ ଆବେଦନ କରିଥିଲେ । ମୋଟ ୮ ଜଣଙ୍କର ଟିଆଇ ପରେଡ ଲାଗି ଆବେଦନ କରୁଛି ପୋଲିସ । ସୁଟର କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ସହ ବିହାରୀ ସୁଟର କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ସହ ବିହାରୀ ସୁଟର ଶିଶୁପାଳ ପାଶୱାନ ଓ କୁନ୍ଦନ କୁମାରଙ୍କ ଟିଆଇ ପରେଡ ହେବ । ସେହିପରି ସୁଟର ଯୋଗାଡ଼ କରିଥିବା ଯୋଗୀ ରାଉତ, ଉମା ବିଷୋୟୀ, ସିମାଞ୍ଚଳ ନାୟକ ଓ ବିପିନ ସ୍ୱାଇଁଙ୍କ ଟିଆଇ ପରେଡ ଲାଗି ଆବେଦନ ହୋଇଛି ।

ଯଦି କୋର୍ଟ ଟିଆଇ ପରେଡକୁ ଅନୁମତି ଦେଉଛନ୍ତି, ତେବେ ବ୍ରହ୍ମପୁର ଜେଲରେ ଏହା କରାଯାଇପାରେ ।ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବିବାଦୀୟ ବୟାନ୍ ଦେବା ପ୍ରସଙ୍ଗରେ ଅବଶେଷରେ ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି ଡାକ୍ତର ଶରବଣା ବିବେକ । ଏହାପରେ ତାଙ୍କ ବିରୁଦ୍ଧରେ ଅଦାଲତ ମାମଲା ନ ଚଳାଇବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଏସପି ଗଣମାଧ୍ୟମରେ ଦେଇଥିବା ବୟାନରେ ହାଇକୋର୍ଟରେ ବିଚାରାଧୀନ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମୋକଦ୍ଦମା ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking