17.1 C
Bhubaneswar
Tuesday, February 3, 2026
Homeଓଡିଶାପୀତବାସ ପଣ୍ଡା ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ବିସିଆଇ ଚିଠି

ପୀତବାସ ପଣ୍ଡା ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ବିସିଆଇ ଚିଠି

ଭୁବନେଶ୍ୱର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ(ବିସିଆଇ)। ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ତ୍ବରିତ କାର୍ଯ୍ୟାନୁଷ୍ଠାନ, ବାର୍‌ର ସୁରକ୍ଷା ଓ ନିର୍ଦ୍ଦିଷ୍ଟ ସମୟ ଭିତରେ ଦଣ୍ଡବିଧାନ ଦାବି କରାଯାଇଛି। ୭୨ ଘଣ୍ଟା ଭିତରେ ଅପଡେଟ୍‌ ଜଣାଇବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛିସୂଚନାଯୋଗ୍ୟ ଯେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପିବାସ ପଣ୍ଡାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁଳି କରି ହତ୍ୟା କରିଯାଇଥିଲା । ଦୁଇ ଦୁର୍ବୃତ୍ତ ହଠାତ ବାଇକରେ ଆସି ତତକ୍ଷଣାତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଯେଉଁଥିରୁ ଗୋଟିଏ ଗୁଳି ପିବାସଙ୍କ ଛାତିକୁ ବାଜିଥିଲା ହସ୍ପିଟାଲ ଯିବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ରାତିପ୍ରାୟ ୧୦ଟା ସମୟରେ ନିଜ ଘର ପାଖ ବୈକୁଣ୍ଠ ନଗର ମୁଖ୍ୟ ଗଳିରେ ସେ ଠିଆ ହୋଇଥିଲେ, ସେହି ସମୟରେ ଏହି ଘଟନ୍ତା ଘଟିଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking