21.1 C
Bhubaneswar
Sunday, January 18, 2026
Homeଅପରାଧପାଇଲଟଙ୍କ ଆତ୍ମହତ୍ୟା: ବୟଫ୍ରେଣ୍ଡ ଗିରଫ

ପାଇଲଟଙ୍କ ଆତ୍ମହତ୍ୟା: ବୟଫ୍ରେଣ୍ଡ ଗିରଫ

ନୂଆଦିଲ୍ଲୀ: ମୁମ୍ବାଇରେ ଜଣେ ୨୫ ବର୍ଷୀୟା ଏୟାର ଇଣ୍ଡିଆ‌ ପାଇଲଟଙ୍କ ଆତ୍ମହତ୍ୟା। ମହିଳା ପାଇଲଟ୍‌ ସୃଷ୍ଟି ତୁଲିଙ୍କ ମର ଶରୀର ଅନ୍ଧେରି ସ୍ଥିତ ତାଙ୍କ ଫ୍ଲାଟରୁ ମିଳିଛି। ମହିଳାଙ୍କ ବୟଫ୍ରେଣ୍ଡଙ୍କୁ ପୁଲିସ ଗିରଫ କରିଛି। ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ପୁଲିସ ସୃଷ୍ଟିଙ୍କ ବୟଫ୍ରେଣ୍ଡ୍‌ ଆଦିତ୍ୟ ପଣ୍ଡିତଙ୍କୁ ନଭେମ୍ବର ୨୯ ପର୍ଯ୍ୟନ୍ତ ହାଜତକୁ ନେଇଛି। ସୃଷ୍ଟିଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ପଣ୍ଡିତ ଅନେକ ସମୟରେ ତାଙ୍କ ସହ ଖରାପ ବ୍ୟବହାର ଏବଂ ଯୁକ୍ତିତର୍କ କରିଥାନ୍ତି। ଶେଷ‌ରେ ଅତ୍ୟାଚାର ସହିନପାରି ସେ ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସୃଷ୍ଟି ତୁଲି ହେଉଛନ୍ତି ଗୋରଖପୁରର ପ୍ରଥମ ମହିଳା ପାଇଲଟ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking