ସୁନ୍ଦରଗଡ: ସହର ନିକଟ ଫାଙ୍କା ସ୍ଥାନ ରେ ପଡିଛି ଗଦା ଗଦା ଔଷଧ । କିଏ ପକାଇଲା ଏହି ମେଡିସିନ ।କାହିଁକି ପକାଜାଇଛି ଏହି ଔଷଧ । ରୋଗୀ କି ନଦେଇ କାହିଁକି ପକାଜାଇଛି ଏହି ମେଡିସିନ । ସୁନ୍ଦରଗଡ ଟାଉନ ଥାନା ଅମ୍ବିଲି ପାଲି ପାଖରେ ରହିଥିବା ଜଙ୍ଗଲ ପାଖ ରେ ପଡିଛି ଏହି ମେଡିସିନ । କଫ ସିରଫ ସହ ରହିଛି ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଔଷଧ । ମୁଖ୍ୟ ଚିକିତ୍ସା ଳୟ ଏବଂ ସରକାରୀ ମେଡିକାଲ କଲେଜ ରୁ ଦୁଇ କିଲୋମିଟର ଦୁରରେ ପଟିଛି ଏହି ମେଡିସିନ ।ଅନ୍ୟପଟରେ ଚିକିତ୍ସାରେ ଅବହେଳା, ସିଲ୍ ହେଲା ନର୍ସିଂହୋମ। ସୁବର୍ଣ୍ଣପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ୟ୍ୟାନୁଷ୍ଠାନ। କିଛିଦିନ ତଳେ ଦୁର୍ଘଟଣାର ଶିକାର ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ସରକାରୀ ଡାକ୍ତର ନର୍ସିଂ ହୋମକୁ ପଠାଇ ଦେଇଥିଲେ। ଫଳରେ ଠିକ୍ ସମୟରେ ଚିକିତ୍ସା ନପାଇ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା।










