32.1 C
Bhubaneswar
Thursday, April 2, 2026
Homeଓଡିଶାଧାରଣାରେ ପିହୁଙ୍କ ମାଆ

ଧାରଣାରେ ପିହୁଙ୍କ ମାଆ

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର କୁନିଝିଅ ପିହୁ ଅପହରଣ ଘଟଣାକୁ ୫ ବର୍ଷ ପୁରିଲା। ଆଜି ପର୍ଯ୍ୟନ୍ତ ବିଂଝାରପୁର ଥାନା କିମ୍ବା ଯାଜପୁର ଜିଲ୍ଲା ପ୍ରଶାସନ ପିହୁର ଅସ୍ତିତ୍ବ ଖୋଜି ପାରିଲାନାହିଁ । ପିହୁର ପରିବାରକୁ ସରକାର ନ୍ୟାୟ ଦେଇ ପାରିଲେ ନାହିଁ । ଏଥିଲାଗି ଆଜି ପିହୁର ମା ମୋନାଲିସା ନାୟକ ଜ଼ିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିବା ବେଳେ କୁନିଝିଅ ପିହୁ ଅପହରଣ ଘଟଣାରେ ନ୍ୟାୟ ଦାବିରେ ଜିଲ୍ଲାପାଳ ଯାଜପୁରଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକଙ୍କ ଦୁଇବର୍ଷର ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ୨୦୨୦ ଅଗଷ୍ଟ ମାସ ୯ ତାରିଖରେ ନିଖୋଜ ହୋଇଯାଇଥିଲା। ଏ ସଂକ୍ରାନ୍ତରେ ମୋନାଲିସା ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking