32.1 C
Bhubaneswar
Saturday, February 14, 2026
Homeଅପରାଧପାଟପୁର ନିକଟରୁ ଗୋ ଚମଡା ବୋଝେଇ ପିକ୍ ଅପ ଗାଡି ଜବତ,୨ ଗିରଫ

ପାଟପୁର ନିକଟରୁ ଗୋ ଚମଡା ବୋଝେଇ ପିକ୍ ଅପ ଗାଡି ଜବତ,୨ ଗିରଫ

ଯାଜପୁର : ଯାଜପୁର-ଭଣ୍ଡାରୀପୋଖରୀ ରାସ୍ତାର ପାଟପୁର ନିକଟରୁ ଏକ ଗୋ ଚମଡା ବୋଝେଇ ପିକ୍ ଅପ ଗାଡି କୁ ବଜରଂଗ ଦଳର କର୍ମୀ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଛନ୍ତି । ଜବତ ଗାଡିରେ ବିପୁଂଳ ପରିମାଣର ସଦ୍ୟ ଗୋ ଚମଡା ଥିବା ସନ୍ଦେହ କରାଯାଉଛି । ଯାଜପୁର ରୁ ଏହି ଚମଡା ଗୁଡିକ ଭଦ୍ରକ ଅଭିମୁଖେ ଯାଉଥିବା ସଂପର୍କରେ ଖବର ପାଇ ବଜରଂଗ ଦଳର କର୍ମୀ ମାନେ ଗାଡିକୁ ଅଟକ ରଖିଥିଲେ । ଗାଡିଟି ଅତ୍ୟନ୍ତ ଦୁର୍ଗନ୍ଧ ହେଉଥିବାରୁ ଏହାକୁ ସନ୍ଦେହ କରି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ଗାଡିରେ ଥିବା ଦୁଇ ଜଣଙ୍କୁ ଆଣି ଥାନାରେ ପଚରାଉଚୁରା କରିଥିଲା । ସେମାନେ ହେଲେ ଭଦ୍ରକ ଜିଲା ପୁରୁଣା ବଜାର ଓ ଭ୍ୟାନମହଲା ଅଂଚଳର ଶେଖ ଅଜିଜ ଏବଂ ନାଜିରୁଦ୍ଧିନ ସାହା । ଏ ସଂକ୍ରାନ୍ତରେ ଯାଜପୁର ଟାଉନ ଥାନାରେ ଏକ ମାମଲା (କେସ ନଂ ୨୭୯/୨୪) ରୁଜୁ କରାଯାଇ ଦୁଇ ଅଭିଯୁକ୍ତ ଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୨୭୯,୫୦୬,୪୨୯,୩୪ ଏବଂ ୧୪ ଗୋ ଚାଲାଣ ନିରୋଧ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking