17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଶାଳୀ ସହ ଶାରିରୀକ ସମ୍ପର୍କ ନୁହେଁ ବଳାତ୍କାର : ଆହ୍ଲାବାଦ ହାଇକୋର୍ଟ

ଶାଳୀ ସହ ଶାରିରୀକ ସମ୍ପର୍କ ନୁହେଁ ବଳାତ୍କାର : ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ : ଶାଳୀ ସହ ଶାରିରୀକ ସମ୍ପର୍କ ନୁହେଁ ବଳାତ୍କାର। ଶାଳୀ ସାବାଳିକା ହୋଇଥିଲେ ଏବଂ ଭିଣୋଇଙ୍କ ସହ ସହମତିରେ ଶାରିରୀକ ସମ୍ପର୍କ ରଖିଥିଲେ, କରିପାରିବେନି ଦୁଷ୍କର୍ମ ଅଭିଯୋଗ। ଏକ ଶାଳୀ-ଭିଣୋଇ ଦୁଷ୍କର୍ମ ମାମଲାର ଶୁଣାଣୀ କରିବା ବେଳେ ଏଭଳି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏହା ସହ ଅଭିଯୁକ୍ତ ଭିଣୋଇଙ୍କୁ ଜାମିନ ମିଳିଛି। ଅଦାଲତ କହିଛନ୍ତି ଯେ, ଏହା ଅନୈତିକ ସମ୍ପର୍କ ହୋଇଥିଲେ ବି, ଯୁବତୀ ସାବାଳିକା ଏବଂ ତାଙ୍କର ସହମତି ଥିବାରୁ ଏହା ବଳାତ୍କାର ନୁହେଁ।

ସୂଚନାନୁଯାୟୀ, ଶାଳୀ ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ୨୦୨୪ ଜୁଲାଇ ମାସରେ ଗିରଫ କରାଯାଇଥିଲା। ଆହ୍ଲାବାଦ ହାଇକୋର୍ଟ ଜଷ୍ଟିସ୍ ସମୀର ଜୈନ ଏହି ମାମଲାର ଶୁଣାଣୀ କରୁଥିଲେ। ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ସହ କହିଛନ୍ତି ଯେ, ଏହା ଅନୈତିକ ସମ୍ପର୍କ ହୋଇଥିଲେ ମଧ୍ୟ ପୀଡ଼ିତା ସାବାଳିକା ଏବଂ ସହମତିରେ ଶାରିରୀକ ସମ୍ପର୍କ ରଖିଥିବା ଯୋଗୁଁ ଏହା ଦୁଷ୍କର୍ମ ନୁହେଁ। ସେପଟେ ସିଆରପିସି ଧାରା ୧୬୧ ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ସେ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ପ୍ରତିକ୍ରିୟା ବଦଳାଇଥିଲେ, ଏବଂ ଅଭିଯୋଗକାରୀଙ୍କୁ ସମର୍ଥନ କରିଥିଲେ। ତେବେ ଶୁଣାଣୀ ସମୟରେ ଅଦାଲତ ସମସ୍ତ ଅଭିଯୋଗ, ଉଭୟ ପକ୍ଷର ଦଲିଲ ଏବଂ ତଥ୍ୟକୁ ଆଧାର କରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking