27.1 C
Bhubaneswar
Wednesday, February 4, 2026
Homeଓଡିଶାପୁଣିଥରେ ଭାଇରାଲ୍‌ ହେଲା ଶ୍ରୀମନ୍ଦିର ଫଟୋ

ପୁଣିଥରେ ଭାଇରାଲ୍‌ ହେଲା ଶ୍ରୀମନ୍ଦିର ଫଟୋ

ପୁରୀ: ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ଫଟୋ ପୋଷ୍ଟ କରିଛି।ଫେସ୍‌ବୁକରେ ଅପଲୋଡ୍‌ ହୋଇଥିବା ଏହି ଫଟୋକୁ ଅନେକ ଲୋକ ସେୟାର ଏବଂ ରିପୋଷ୍ଟ ମଧ୍ୟ କରିଛନ୍ତି। ଶ୍ରୀମନ୍ଦିର ଉପରୁ ଡ୍ରୋନ୍‌ ମାଧ୍ୟମରେ ଏହି ଫଟୋ କିଭଳି ନିଆଗଲା, ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଭାଇରାଲ୍‌ ହୋଇଥିବା ଫଟୋରେ ଶ୍ରୀମନ୍ଦିର କୁରମ ବେଢ଼ା ଭିତରେ ଥିବା ବଡ଼ଦେଉଳ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ଦେଖାଯାଉଛି।ମେଘନାଦ ପାଚେରି ଭିତରେ ଥିବା ଅନେକ ଐତିହ୍ୟ ଓ ମନ୍ଦିର ମଧ୍ୟ ଫଟୋରେ ଦେଖାଯାଉଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍‌ କରାଯାଇଥିବା ବେଳେ ଡ୍ରୋନ୍‌ ମାଧ୍ୟମରେ ଶ୍ରୀମନ୍ଦିର ଉପରୁ ଫଟୋ ଓ ଭିଡିଓ କିଭଳି ଉତ୍ତୋଳନ କରାଗଲା ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking