28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଇସ୍ରୋ ମୁଖ୍ୟଙ୍କୁ ପିଏଚ୍‌ଡି ଡିଗ୍ରୀ; ଏକ ଗାଉଁଲି ପିଲାର ସ୍ୱପ୍ନ ସତ ହୋଇଛି: ଏସ୍ ସୋମନାଥ

ଇସ୍ରୋ ମୁଖ୍ୟଙ୍କୁ ପିଏଚ୍‌ଡି ଡିଗ୍ରୀ; ଏକ ଗାଉଁଲି ପିଲାର ସ୍ୱପ୍ନ ସତ ହୋଇଛି: ଏସ୍ ସୋମନାଥ

ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ମୁଖ୍ୟ ଡ. ଏସ୍ ସୋମନାଥ ଆଜି ଆଇଆଇଟି ମାଡ୍ରାସ୍ ଭଳି ଶିକ୍ଷାନୁଷ୍ଠାନ ପକ୍ଷରୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି । ଶୁକ୍ରବାର ଆଇଆଇଟି ମାଡ୍ରାସ ପକ୍ଷରୁ ଆୟୋଜିତ ୬୧ତମ ସମାବର୍ତ୍ତନ ସମାରୋହରେ ଶ୍ରୀ ସୋମନାଥଙ୍କୁ ଏହି ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି ।
ଏସ୍ ସୋମନାଥ ଜଣେ ଏରୋସ୍ପେଶ୍ ଇଞ୍ଜିନିୟର । ସମ୍ପ୍ରତି ସେ ଇସ୍ରୋ’ ଭଳି ମହାକାଶ ଗବେଷଣା ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟରତ ରହିଛନ୍ତି । ସେ ନିଜ ମେକାନିକାଲ୍ ଇଞ୍ଜିନିୟରିଂ ଡିଗ୍ରୀ କୋଲାମ ସ୍ଥିତ ଥଙ୍ଗଲ୍ କୁଞ୍ଜୁ ମୁସାଲିଆର୍ ଇଞ୍ଜନିୟରିଂ କଲେଜରୁ ଶେଷ କରିଥିଲେ । ପରେ ସେ ବେଙ୍ଗାଲୁରୁ ଆଇଆଇଏସ୍‌ସିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଆଇଆଇଟି ମାଡ୍ରାସ୍ ପକ୍ଷରୁ ଆଜି ତାଙ୍କୁ ପିଏଚ୍‌ଡି ଡିଗ୍ରୀରେ ସମ୍ମାନିତ କରାଯିବ।। ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ୧୦ ବର୍ଷ ତଳେ ଜଣେ ଇଞ୍ଜିନିୟର ଭାବେ ଇସ୍ରୋର ଗୋଟିଏ ପ୍ରୋଜେକ୍ଟରେ ସେ ରିସର୍ଚ୍ଚ କରିବା ଆରମ୍ଭ କରିଥିଲେ । ସେ ଅନେକ ବର୍ଷ ଧରି ଏହା ଉପରେ କାମ କରିଛି । ତାଙ୍କୁ ଆଜି ମିଳିଥିବା ଏହି ପିଏଚ୍‌ଡି ଡିିଗ୍ରୀ ତଥା ସମ୍ମାନ ତାଙ୍କର ୩୫ ବର୍ଷର ପରିଶ୍ରମ ଯାହାକି ଏକ ଲମ୍ବା ଯାତ୍ରା ଥିଲା ।
ଏକ ଜାତୀୟ ଚ୍ୟାନେଲକୁ ସାକ୍ଷାତକାର ଦେଇ ଡ.ଏସ୍ ସୋମନାଥ କହିଛନ୍ତି, ଛାତ୍ର ଜୀବନରେ ସେ ଜଣେ ମେଧାବୀ ଛାତ୍ର ଥିଲେ ମଧ୍ୟ ନିଜ ପରିବାରର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେବେ ବି ଆଇଆଇଟି ପାଇଁ ପ୍ରସ୍ତୁତି କରିପାରିନଥିଲେ । ସେ ଏକ ଗ୍ରାମୀଣସ୍ତରରୁ ଆସିଥିଲେ କିନ୍ତୁ ସେ ସବୁବେଳେ ସ୍ୱପ୍ନ ଦେଖୁଥିଲେ ଯେ, ଆଇଆଇଟି ଭଳି ଲବ୍ଧ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଯେକୌଣସି ବିଷୟରେ ଏକ ଡିଗ୍ରୀ ହାସଲ କରିବେ ବୋଲି । ଇସ୍ରୋର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଭାର ଗ୍ରହଣ ପୂର୍ବରୁ ଓ ପରେ ସେ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ମାନଜନକ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଆଜି ଆଇଆଇଟି ମାଡ୍ରାସ ପକ୍ଷରୁ ମିଳିଥିବା ସମ୍ମାନ ତାଙ୍କ ପାଇଁ ସର୍ବଦା ସ୍ୱତନ୍ତ୍ର ହୋଇ ରହିବ । ଏହା ତାଙ୍କ ସ୍ୱପ୍ନକୁ ସାକାର କରିଥିବା ସେ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ପ୍ରକାଶ, ଏସ୍ ସୋମନାଥ ୧୯୮୫ରେ ଇସ୍ରୋରେ ଯୋଗ ଦେଇଥିଲେ । ନିକଟରେ ସେ ଇସ୍ରୋ ଅଧ୍ୟକ୍ଷ ଭାବେ ପଦୋନ୍ନତି ପାଇଥିଲେ । ପ୍ରକାଶ, ଐତିହାସିକ ଚନ୍ଦ୍ରଯାନ-୩ ମିଶନ୍‌ର ସଫଳତା ଏସ୍ ସୋମନାଥଙ୍କୁ ଘରେ ଘରେ ପରିଚିତ କରାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking